www.samajalive.in
Monday, December 8, 2025
13.1 C
Bhubaneswar

ରାଜଧାନୀରେ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ..

ନୂଆଦିଲ୍ଲୀ : ଦିଲ୍ଲୀରେ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଶୁକ୍ରବାର ଖବର ସାମ୍ନାକୁ ଆସିଛି । ପାଖାପାଖି ୨୩ଟି ସ୍କୁଲକୁ ବୋମା ବିସ୍ଫୋରଣ ଧମକ ମିଳିଥିଲା । ଜଣେ ଦ୍ୱାଦଶର ଛାତ୍ର ଏହି ଧମକପୂର୍ଣ୍ଣ ଇମେଲ୍‌ ପଠାଇଥିଲା । ଛାତ୍ର ଜଣକ ନିଜର ଦୋଷ ସ୍ୱୀକାର କରିଛନ୍ତି । ଏହାସହ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ମେଲ୍‌ ପଠାଇଥିବା ଛାତ୍ର ଜଣକ କହିଛି । ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣା ସ୍କୁଲର ସୁରକ୍ଷା ପାଇଁ ଅନେକ ଚିନ୍ତାମୂଳକ ପରିସ୍ଥିତି ସହ ଭୟର ବାତାବରଣ ସୃଷ୍ଟି କରିଥିଲା ।

ଦକ୍ଷିଣ ଦିଲ୍ଲୀର ଡିସିପି ଅଙ୍କିତ୍‌ ଚୌହାନ କହିଛନ୍ତି, ଦିଲ୍ଲୀର ବିଭିନ୍ନ ସ୍କୁଲକୁ ପୂର୍ବରୁ ମିଳିଥିବା ୨୩ଟି ଧମକପୂର୍ଣ୍ଣ ଇମେଲ୍‌ ଦ୍ୱାଦଶରେ ପଢୁଥିବା ଏହି ଛାତ୍ର ଜଣକ ପଠାଇଥିଲେ। ପଚରାଉଚରା ସମୟରେ ଛାତ୍ର ଜଣକ ନିଜର ସମସ୍ତ ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ପୁଲିସ କହିଛି, ବୁଧବାର ଦିଲ୍ଲୀରେ ଅନେକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍‌ ମିଳିଥିଲା । ଧମକ ମିଳିଥିବା ସ୍କୁଲ ତାଲିକାରେ ବସନ୍ତ ବିହାର ଓ ଆରକେ ପୁରମରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌ ଭଳି ସ୍କୁଲ୍‌ ସାମିଲ ରହିଛି ।

ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..

- Advertisement -

ଇମେଲ୍‌ରେ ଦାବି କରାଯାଇଥିଲା, ସ୍କୁଲ ପରିସରରେ ଅଧିକ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। ଅଧିକାରୀ ବତ୍ତର୍ମାନ ମଧ୍ୟ ଧମକ ବିଷୟରେ ଅଧିକରୁ ଅଧିକ ଯାଞ୍ଚ କରୁଛନ୍ତି। ଯାହା ବିଭିନ୍ନ ସ୍କୁଲକୁ ପଠାଇଯାଇଥିଲା । ଏହି ଧମକପୂର୍ଣ୍ଣ ମେଲ୍‌ରେ କୁହାଯାଇଥିଲା, ସ୍କୁଲରେ ପ୍ରବେଶ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌କୁ ସଠିକ୍‌ ଭାବେ ଯାଞ୍ଚ କରାଯାଇନଥିବାରୁ ନିଜକୁ ଯୋଜନାକୁ ସହଜରେ ସଫଳ କରିବାକୁ ସୁଯୋଗ ମିଳିଛି। ମେଲ୍‌ ଅନୁସାରେ, ପରୀକ୍ଷା କାର୍ଯ୍ୟକ୍ରମ ଓ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକଳାପ ବିଷୟରେ, ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅନ୍ୟମାନେ ବାହାରେ କିମ୍ବା ପରିସରରେ ଥିବେ ବୋଲି ମେଲ୍‌ ପଠାଇଥିବା ଅଭିଯୁକ୍ତକୁ ଜଣାଥିଲା । ପରିସରରେ ପ୍ରମୁଖ ସ୍ଥାନ ମାନଙ୍କରେ ପୂର୍ବରୁ ଲଗାଯାଇଥିବା ବିନାଶକାରୀ ବିସ୍ଫୋରକ ବିଷୟରେ ସେମାନେ ଅଜଣା ଥିବେ ବୋଲି ମେଲ୍‌ରେ ଉଲ୍ଲେଖ ଥିଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories