www.samajalive.in
Monday, December 8, 2025
27.1 C
Bhubaneswar

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ। କାହିଁ ସୁଦୂର ଇଂଲଣ୍ଡ କାହିଁ ଭାରତ। ଭାରତରେ ଅବସ୍ଥାନ ଭିତରେ ଚତୁର, ଧୂର୍ତ୍ତ ଇଂରେଜମାନେ କଳକୌଶଳ କରି ସ୍ବ ଆଧିପତ୍ୟ ବୃଦ୍ଧି କରିବାକୁ ଲାଗିଲେ। ସାମ୍ରାଜ୍ୟ ବିସ୍ତାର ହେଲା ମୁଖ୍ୟ ଲକ୍ଷ୍ୟ। ଭାରତ ବର୍ଷ ହୋଇଗଲା ଶେଷରେ ଇଂଲଣ୍ଡର ଉପନିବେଶ। ବେପାର ଉଦ୍ଦେଶ୍ୟରେ ଆସିଥିବା ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଭାରତର ଶାସକ ହେଲେ। ଶାସକ ଭାବରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ ଭାରତୀୟମାନଙ୍କ ଉପରେ। ଅତିଷ୍ଠ ଭାରତୀୟମାନଙ୍କ ମଧ୍ୟରେ ଇଂରେଜ ସରକାର ବିରୋଧରେ ଅସନ୍ତୋଷ କ୍ରମେ ବୃଦ୍ଧି ପାଇଲା। ଭାରତମାତାକୁ ଇଂରେଜ ଶାସନାଧୀନରୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟମାନେ। ଦେଶମାତୃକାର ମୁକ୍ତି ପାଇଁ ଯେଉଁମାନେ ସଂଗ୍ରାମରେ ଝାସ ଦେଲେ ସେମାନଙ୍କୁ ଇଂରେଜ ସରକାର ଦେଶଦ୍ରୋହୀ ଆଖ୍ୟାଦେଇ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ, ଦ୍ବୀପାନ୍ତର କଲେ। କେତେକଙ୍କୁ ନିର୍ବାସିତ ଜୀବନ ବିତାଇବାକୁ ହେଲା କଳାପାଣିରେ।
ସ୍ବାଧୀନତା ସଂଗ୍ରାମରେ ଝାସଦେଇ ତରୁଣ ବୟସରୁ ଫାଶୀ ପାଇଥିବା ଦେଶପ୍ରେମୀଙ୍କ ମଧ୍ୟରେ ଖୁଦିରାମ ଥିଲେ ଅନ୍ୟତମ। ବିପ୍ଳବୀ ଖୁଦିରାମ ପଶ୍ଚିମବଙ୍ଗର ମେଦିନୀପୁର ଜିଲାରେ ଜନ୍ମ ହୋଇଥିଲେ। ଛାତ୍ରାବସ୍ଥାରୁ ହିଁ ସେ ଇଂରେଜମାନଙ୍କ ଅତ୍ୟାଚାରର ଲୋମହର୍ଷକ କାହାଣୀ ଶୁଣି ଏହାର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ବିଦେଶୀ ଦ୍ରବ୍ୟ ବର୍ଜନ ​ ଆନ୍ଦୋଳନ ଚାଲିଥାଏ। ନିଜର କିଛି ସାଥିଙ୍କ ସହ ମିଶି ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଖୁଦିରାମ। କୋଲକାତାର ମାଣିକତାଲା ବାଟିକାରେ ବିପ୍ଳବୀ ଅରବିନ୍ଦ ଘୋଷଙ୍କର ଏହା ଥିଲା ବିପ୍ଳବୀମାନଙ୍କର ଆଡ୍ଡାସ୍ଥଳ। ଯୁବବିପ୍ଳବୀଙ୍କୁ ବୋମା ତିଆରି ସହ ଇଂରେଜ ବିରୋଧରେ ଲଢ଼ିବା ପାଇଁ ପ୍ରଶିକ୍ଷଣ ଦିଆଯାଉଥିଲା। ବିପ୍ଳବୀମାନେ କୋଲକାତା ପ୍ରେସିଡେନ୍‌ସିର ମାଜିଷ୍ଟ୍ରେଟ କିଙ୍ଗସ୍‌ଫୋର୍ଡଙ୍କୁ ହତ୍ୟା କରିବାକୁ ମସୁଧା କରିଥିଲେ। ଗୁଇନ୍ଦା ସୂତ୍ରରୁ ଇଂରେଜ ସରକାର ଜାଣିପାରି ତାଙ୍କୁ ବିହାରର ମୁଜାଫରପୁରକୁ ବଦଳି କରିଦେଇଥିଲେ। ବିପ୍ଳବୀମାନଙ୍କର ନିଷ୍ପତ୍ତି ଅନୁସାରେ ଖୁଦିରାମ ଏବଂ ପ୍ରଫୁଲ୍ଲ ଚାକିଙ୍କୁ ଦାୟିତ୍ବ ଦିଆଯାଇଥିଲା କିଙ୍ଗ୍‌ସଫୋର୍ଡଙ୍କୁ ହତ୍ୟା କରିବା ପାଇଁ। ନିର୍ଦେଶ ଅନୁଯାୟୀ ଦୁହେଁ ମୁଜାଫରପୁର ଯାଇଥିଲେ ମାରଣାସ୍ତ୍ର ସହ। ଦୁର୍ଭାଗ୍ୟବଶତଃ କିଙ୍ଗ୍‌ସଫୋର୍ଡଙ୍କ ଗାଡ଼ି ଉପରକୁ ଫିଙ୍ଗା ଯାଇଥିବା ବୋମାର ଶିକାର ହୋଇଥିଲେ ମିଷ୍ଟର ଓ ମିସେସ୍‌ କେନେଡି ଓ ତାଙ୍କର ଝିଅ କିଙ୍ଗ୍‌ସଫୋର୍ଡ ସେହି ଗାଡ଼ିରେ ଆସିନଥିଲେ ସେଦିନ। ଏହି ଘଟଣାରେ ଖୁଦିରାମ ଧରାପଡ଼ି ଫାଶୀ ପାଇଥିଲେ। ସେଦିନ ଥିଲା ୧୯୦୮ ମସିହା ଅଗଷ୍ଟ ୧୧ ତାରିଖ। ଦେଶମାତୃକା ପାଇଁ ସଂଗ୍ରାମରେ ଝାସ ଦେଇ ମାତ୍ର ୧୯ ବର୍ଷ ବୟସରେ ଫାଶୀ ପାଇ ଖୁଦିରାମ ଇତିହାସ ପୃଷ୍ଠାରେ ରହିଗଲେ ମରଣଜୟୀ ବିପ୍ଳବୀ ଭାବରେ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories