www.samajalive.in
Monday, December 15, 2025
27.1 C
Bhubaneswar

ହିନ୍ଦୀ ରାଷ୍ଟ୍ରୀୟ ଭାଷା ନୁହେଁ: ରବିଚନ୍ଦ୍ରନ ଅଶ୍ଵିନ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୀ ଭାଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଭାରତୀୟ ତାରକା କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନ। ଏକ ଘରୋଇ କଲେଜର କାର୍ଯ୍ୟକ୍ରମରେ ଯୋଗଦେଇ ଅଶ୍ଵିନ ହିନ୍ଦୀ ଭାଷା ଉପରେ ନିଜ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ହିନ୍ଦୀ ଭାରତର ରାଷ୍ଟ୍ରୀୟ ଭାଷା ନୁହେଁ। ଅଶ୍ୱିନ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ ଯେ, ଯଦି କେହି ଇଂରାଜୀ କିମ୍ବା ତାମିଲ ଭାଷା ଜାଣନ୍ତି ନାହିଁ ତେବେ କ’ଣ ହିନ୍ଦୀରେ ପ୍ରଶ୍ନ ପଚାରିବାକୁ ଆଗ୍ରହୀ କି? କିନ୍ତୁ ଏହାର ଉତ୍ତରରେ ଛାତ୍ରଛାତ୍ରୀ ଚୁପ୍‌ ରହିଥିଲେ। ଏହାପରେ ହିନ୍ଦୀ ଭାଷାକୁ ନେଇ ଏପରି କହିଛନ୍ତି ଅଶ୍ଵିନ।

କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅଶ୍ୱିନ ଭାରତରେ ଭାଷା ପ୍ରସଙ୍ଗ ଉଠାଇଥିଲେ। ସେ ଦେଖିଲେ ଯେ, ହିନ୍ଦୀ ଶବ୍ଦ କହିବା ପରେ ଲୋକମାନଙ୍କ ପ୍ରତିକ୍ରିୟା କିଭଳି ରହୁଛି। ଅଶ୍ୱିନ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ‘‘ମୁଁ ଭାବୁଛି ମୋତେ ଏହା କହିବା ଆବଶ୍ୟକ ଯେ, ହିନ୍ଦୀ ଆମ ରାଷ୍ଟ୍ରୀୟ ଭାଷା ନୁହେଁ, ଏହା ସରକାରୀ ଭାଷା’’।  ଏଠାରେ ସୂଚନାଯୋଗ୍ୟ, ହିନ୍ଦୀ ଏବଂ ତାମିଲ ଭାଷାକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ ଏବଂ ତାମିଲନାଡ଼ୁରେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ରହିଆସିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories