www.samajalive.in
Tuesday, December 9, 2025
17.1 C
Bhubaneswar

ଏହି ଦେଶରେ ଆଇଫୋନ୍ ୧୭ ଉପରେ ଲାଗିପାରେ କଟକଣା, ବିକ୍ରି ପାଇଁ ମାନିବାକୁ ପଡିବ ଏମିତି ସର୍ତ୍ତ

ନୂଆଦିଲ୍ଲୀ : ଚଳିତ ବର୍ଷ ଆପଲର ଲାଟେଷ୍ଟ ଆଇଫୋନ୍ ୧୭ ସିରିଜ ଲଞ୍ଚ୍ ହୋଇପାରେ । ଫ୍ୟାନ୍ସ ଏହାକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହି ସିରିଜର ଲଞ୍ଚ୍ ପୂର୍ବରୁ ଆପଲ ପାଇଁ ଏକ ଖରାପ ଖବର ଆସି ପହଞ୍ଚିଛି । ଇଣ୍ଡୋନେସିଆ କହିଛି କି ଯଦି ଆପଲ ସ୍ଥାନୀୟ ଉତ୍ପାଦନ ନିୟମର ପାଳନ କରିବନି ତେବେ ଦେଶରେ ଆଇଫୋନ୍ ୧୭ର ବିକ୍ରି ଉପରେ ରୋକ୍ ଲାଗିପାରେ ।

ଇଣ୍ଡୋନେସିଆ ପୂର୍ବରୁ ଆପଲର ଆଇଫୋନ୍ ୧୬ର ବିକ୍ରି ଉପରେ ରୋକ ଲଗାଇଛି । ଇଣ୍ଡୋନେସିଆ ଆପଲକୁ ଚେତାବନୀ ଦେଇଛି କି ଯଦି କମ୍ପାନୀ ନିଜ ଫୋନ ପ୍ରସ୍ତୁତ ପାଇଁ ଜରୁରି ସାମଗ୍ରୀ ସେଠାରୁ ନକିଣେ ତେବେ ଆଇଫୋନ୍ ୧୭ର ବିକ୍ରିରେ ରୋକ୍ ଲଗାଇ ଦିଆଯିବ । ଇଣ୍ଡୋନେସିଆ ଚାହୁଁଛି କି ଆପଲ ନିଜ ଫୋନ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ୪୦ ପ୍ରତିଶତ ସାମଗ୍ରୀ ସେଠାରେ ହିଁ ନିର୍ମାଣ ବ୍ୟବସ୍ଥା କରୁ ।

- Advertisement -

ନିକଟରେ ଆପଲ ଦେଶରେ ଏୟାରଟ୍ୟାଗ୍ ଟ୍ରାକିଂ ଡିଭାଇସ ପ୍ରସ୍ତୁତ ପାଇଁ ୧ ବିଲିୟନ୍ ଡଲାର ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲା କିନ୍ତୁ ଅଧିକାରୀଙ୍କ କହିବାନୁସାରେ ଏହା ଯଥେଷ୍ଟ ନୁହେଁ । ଇଣ୍ଡୋନେସିଆର ନିୟମ ଅନୁସାରେ ସ୍ମାର୍ଟଫୋନର ୪୦ ପ୍ରତିଶତ ପାର୍ଟ ସେଠାରେ ପ୍ରସ୍ତୁତ ହେବା ଉଚିତ୍ । ଯଦି ଆପଲ ଇଣ୍ଡୋନେସିଆର ନିୟମ ପାଳନ କରିବନି ତେବେ ସେଠାରେ ନିଜ ଫୋନ୍ ବିକ୍ରି କରିପାରିବ ନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories