www.samajalive.in
Tuesday, November 18, 2025
27.1 C
Bhubaneswar

୧୨ ବର୍ଷରେ ଭାରତୀୟ ଅଣୁ ଆର୍ଥିକ କ୍ଷେତ୍ରର ୨,୧୦୦ % ଅଭିବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ଅଣୁ ଆର୍ଥିକ (ମାଇକ୍ରୋ ଫାଇନାନ୍ସ) ସଂସ୍ଥା ଉଦ୍ୟୋଗ ଗତ ୧୨ ବର୍ଷରେ ୨,୧୭୬ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। ୨୦୧୨ ମାର୍ଚ୍ଚରେ ୧୭,୨୬୪ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ୨୦୨୪ ନଭେମ୍ବରରେ ବ୍ୟବସାୟ ୩.୯୩ ଲକ୍ଷ କୋଟିକୁ ବୃଦ୍ଧି ପାଇଛି।

ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥ ବିଭାଗର ଆର୍ଥିକ ସେବା ବିଭାଗ(ଡିଏଫ୍‌ଏସ୍‌) ସଚିବ ଏମ୍‌. ନାଗାରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଡିଏଫ୍‌ଏସ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଅଣୁ ଆର୍ଥିକ ସଂସ୍ଥା (ଏମ୍‌ଏଫ୍‌ଆଇ) ଓ ବିଭିନ୍ନ ପ୍ରମୁଖ ଉଦ୍ୟୋଗର ପ୍ରତିନିଧି ଯୋଗଦେଇଥିଲେ। ଗ୍ରାମାଞ୍ଚଳରେ ଥିବା କମ୍‌ ଆୟକାରୀ ପରିବାରକୁ ଉତ୍ତମ ସେବା ଯୋଗାଇବା ପାଇଁ ଏମ୍‌ଏଫ୍‌ଆଇ କ୍ଷେତ୍ରକୁ ମଝବୁତ କରିବା ଓ ସେମାନଙ୍କୁ ଆର୍ଥିକ ସହାୟତା ସହଜରେ ଯୋଗାଇବା ଉପରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ୨୮ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ଅଞ୍ଚଳର ୧୧୧ଟି ଆକାଂକ୍ଷା ଜିଲା ସମେତ ୭୨୩ଟି ଜିଲାରେ ଏମ୍‌ଏଫ୍‌ଆଇ କାର୍ଯ୍ୟ କରୁଛି। ସେମାନେ ପ୍ରାୟ ୮ କୋଟି ଋଣଗ୍ରହୀତାଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରୁଛନ୍ତି। ଦେଶର ସକଳ ଘରୋଇ ଉତ୍ପାଦ (ଜିଡିପି)କୁ ସକଳ ମୂଲ୍ୟ ବର୍ଦ୍ଧିତ (ଜିଭିଏ)ରେ ୨.୦୩ ପ୍ରତିଶତ ଯୋଗଦାନ ସହ ୧.୩ କୋଟି ନିଯୁକ୍ତି ସୃଷ୍ଟି କରିଛନ୍ତି। ବୈଠକରେ ଏହି କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଛି। ସଚିବ ଏମଏଫଆଇଗୁଡ଼ିକୁ କ୍ଷେତ୍ରୀୟ ବିଶ୍ୱସନୀୟତା ବୃଦ୍ଧି କରିବା ପାଇଁ ଉନ୍ନତ ଶାସନ ମାନଦଣ୍ଡ ସହିତ ସାଇବର ସୁରକ୍ଷା ଏବଂ ସ୍ଥିର ଆଇଟି ଭିତ୍ତିଭୂମିକୁ ପ୍ରାଥମିକତା ଦେଇ ଡିଜିଟାଲ୍ ପରିଶୋଧ ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏମଏଫଆଇର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି, ନାଗାରାଜୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଗ୍ରାମୀଣ ଜୀବନକୁ ଉନ୍ନତ କରିବାରେ ସେମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେ ଏହି କ୍ଷେତ୍ରକୁ ସମର୍ଥନ କରିବା ଏବଂ ଏହାର ଅଭିବୃଦ୍ଧି ସୁନିଶ୍ଚିତ କରିବାରେ ଡିଏଫଏସର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।

Hot this week

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

Related Articles

Popular Categories