www.samajalive.in
Sunday, December 7, 2025
26.1 C
Bhubaneswar

ସୁଜୁକି ଆଣିଲା ୨୫୦ ସିସିର ନୂଆ ବାଇକ୍, ଜାଣନ୍ତୁ ଦାମ୍..

ନୂଆଦିଲ୍ଲୀ : ସୁଜୁକି ଇଣ୍ଡିଆ ଭାରତରେ ୨୦୨୫ ଜିକ୍ସର ୨୫୦ ଲଞ୍ଚ୍ କରିଦେଇଛି । ୨୦୨୫ ପାଇଁ ସୁଜୁକି ଜିକ୍ସର ୨୫୦ ପୂର୍ବ ଭଳି ନଜର ଆସୁଛି । ତେବେ ଏଥିରେ ସାମାନ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାକୁ ଗ୍ରାହକ ୩ ନୂଆ ରଙ୍ଗର ବିକଳ୍ପ ସହିତ କିଣିପାରିବେ । ଏହାର ଏକ୍ସ ଶୋରୁମ୍ ଦାମ୍ ୧.୯୮ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

ଏଥିରେ ୨୪୯ ସିସି, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ଦିଆଯାଇଛି । ଏହି ଇଞ୍ଜିନର ମୋଟର ୯୫୦୦ ଆରପିଏମରେ ୨୬.୫ ବିଏଚପିର ପାଓ୍ବର ଓ ୭୫୦୦ ଆରପିଏମରେ ୨୨.୨ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହ ଯୋଡାଯାଇଛି । ଏଥିରେ ସ୍ମାର୍ଟକନେକ୍ଟିଭିଟି, ଡୁଆଲ –ଚ୍ୟାନେଲ୍ ଏବିଏସ୍ ଓ ଏଲଇଡି ଲାଇଟ୍ ସହିତ ଏଲସିଡି ମଧ୍ୟ ମିଳିଥାଏ ।

- Advertisement -

ଏହାର ହାର୍ଡଓ୍ବେୟାରରେ କୌଣସି ପରିବର୍ତ୍ତନ କରାଯାଇନି । ଏଥିରେ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କ୍ସ, ମୋନୋଶକ୍, ଫ୍ରଣ୍ଟ୍ ଏବଂ ରିୟର ଡିସ୍କ ବ୍ରେକ୍ ସେଟଅପ୍ ଏବଂ ଆଲୟ ହ୍ବିଲ୍ସ ପୂର୍ବ ଭଳି ମିଳିବ । ୨୦୨୫ ସୁଜୁକି ଜିକ୍ସର ୨୫୦ର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୧,୯୮,୦୦୦ ଟଙ୍କା । କମ୍ପାନୀ ଲଞ୍ଚ୍ ସହିତ ଏହାର ବୁକିଂ ଆରମ୍ଭ କରିଦେଇଛି । ଖୁବ୍ ଶୀଘ୍ର ଏହାର ଡେଲିଭରୀ ଆରମ୍ଭ ହୋଇଯିବ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories