www.samajalive.in
Monday, December 15, 2025
16.1 C
Bhubaneswar

ସୁଜୁକି ଆଣିଲା ୨୫୦ ସିସିର ନୂଆ ବାଇକ୍, ଜାଣନ୍ତୁ ଦାମ୍..

ନୂଆଦିଲ୍ଲୀ : ସୁଜୁକି ଇଣ୍ଡିଆ ଭାରତରେ ୨୦୨୫ ଜିକ୍ସର ୨୫୦ ଲଞ୍ଚ୍ କରିଦେଇଛି । ୨୦୨୫ ପାଇଁ ସୁଜୁକି ଜିକ୍ସର ୨୫୦ ପୂର୍ବ ଭଳି ନଜର ଆସୁଛି । ତେବେ ଏଥିରେ ସାମାନ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାକୁ ଗ୍ରାହକ ୩ ନୂଆ ରଙ୍ଗର ବିକଳ୍ପ ସହିତ କିଣିପାରିବେ । ଏହାର ଏକ୍ସ ଶୋରୁମ୍ ଦାମ୍ ୧.୯୮ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

ଏଥିରେ ୨୪୯ ସିସି, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ଦିଆଯାଇଛି । ଏହି ଇଞ୍ଜିନର ମୋଟର ୯୫୦୦ ଆରପିଏମରେ ୨୬.୫ ବିଏଚପିର ପାଓ୍ବର ଓ ୭୫୦୦ ଆରପିଏମରେ ୨୨.୨ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହ ଯୋଡାଯାଇଛି । ଏଥିରେ ସ୍ମାର୍ଟକନେକ୍ଟିଭିଟି, ଡୁଆଲ –ଚ୍ୟାନେଲ୍ ଏବିଏସ୍ ଓ ଏଲଇଡି ଲାଇଟ୍ ସହିତ ଏଲସିଡି ମଧ୍ୟ ମିଳିଥାଏ ।

- Advertisement -

ଏହାର ହାର୍ଡଓ୍ବେୟାରରେ କୌଣସି ପରିବର୍ତ୍ତନ କରାଯାଇନି । ଏଥିରେ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କ୍ସ, ମୋନୋଶକ୍, ଫ୍ରଣ୍ଟ୍ ଏବଂ ରିୟର ଡିସ୍କ ବ୍ରେକ୍ ସେଟଅପ୍ ଏବଂ ଆଲୟ ହ୍ବିଲ୍ସ ପୂର୍ବ ଭଳି ମିଳିବ । ୨୦୨୫ ସୁଜୁକି ଜିକ୍ସର ୨୫୦ର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୧,୯୮,୦୦୦ ଟଙ୍କା । କମ୍ପାନୀ ଲଞ୍ଚ୍ ସହିତ ଏହାର ବୁକିଂ ଆରମ୍ଭ କରିଦେଇଛି । ଖୁବ୍ ଶୀଘ୍ର ଏହାର ଡେଲିଭରୀ ଆରମ୍ଭ ହୋଇଯିବ ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories