www.samajalive.in
Wednesday, December 10, 2025
16.1 C
Bhubaneswar

‘ବିକଶିତ ଭାରତ ନିର୍ମାଣରେ ପ୍ରବାସୀଙ୍କ ସହଯୋଗ ଜରୁରୀ’- ରାଷ୍ଟ୍ରପତି..

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ସାରା ବିଶ୍ୱରେ ଦେଶର ମାନ ରଖିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇଛନ୍ତି। ପ୍ରବାସୀଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି, ନିୟୁତ ନିୟୁତ ଲୋକେ ପ୍ରବାସୀଙ୍କୁ ଆଦର୍ଶ ମାନୁଛନ୍ତି। ଭୁବନେଶ୍ୱରରେ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅଭିଭାଷଣ ରଖିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ବିକଶିତ ଭାରତ ନିର୍ମାଣରେ ପ୍ରବାସୀଙ୍କ ସହଯୋଗ ଜରୁରୀ। ଏନଆରଆଇଙ୍କ ପାଇଁ ଭାରତ ସରକାର ବହୁତ ଯୋଜନା ମଧ୍ୟ କରିଛନ୍ତି । ପ୍ରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ୩ ଦିନରେ ଭାରତ କ’ଣ ଓ ପ୍ରବାସୀଙ୍କ ଯୋଗଦାନର ବିତର୍କ ହୋଇଛି। ପ୍ରବାସୀ ଯେଉଁଠି ଥିଲେ ବି ମାତୃଭୂମି ପ୍ରୀତି ନିଶ୍ଚିତ ରହିବ। ଏହାସହ ଏହି ଅବସରରେ ରାଷ୍ଟ୍ରପତି ଅନେକ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି। ୩ ଦିନ ଧରି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ପ୍ରବାସୀ।

ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories