www.samajalive.in
Saturday, December 13, 2025
21.1 C
Bhubaneswar

ଦେଶୀ ମଦଭାଟିରେ ଚଢ଼ାଉ; ବିପୁଳ ପରିମାଣର ପୋଚ ନଷ୍ଟ

ପାତ୍ରପୁର: ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ସୁରଙ୍ଗି ଅଞ୍ଚଳରେ ଚାଲିଥିବା ଦେଶୀ ମଦଭାଟି ଉପରେ ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଦେଶୀ ମଦ ନଷ୍ଟ କରିଥିବା ସୂଚନା ମିଳିଛି। ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ ଓ ଚିକିଟି ଏସଡିପିଓ ବିଶ୍ବମିତ୍ର ହର୍ପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢ଼ାଉ ହୋଇଥିବାବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ପାତ୍ରପୁର ଅତିରିକ୍ତ ତସିଲଦାର ଦିଲ୍ଲୀପ କୁମାର ଦେହୁରୀ ଚଢାଉରେ ସାମିଲ ହୋଇଥିଲେ। ଦୀର୍ଘଦିନ ହେଲା ଦେଶୀ ମଦ ରନ୍ଧା ଚାଲିଥିବା ମଶାଣିବାଡ, ତାଡକାସାହି, ହରିପୁର, ଠଣଗାଁ ଆଦି ଗ୍ରାମ ନିକଟ ଜଙ୍ଗଲ ତଳ ଅଞ୍ଚଳ ଏବଂ ନାଳ ନିକଟରେ ଥିବା ବହୁ ଭାଟି ଉପରେ ଚଢ଼ାଉ କରି ନଷ୍ଟ କରାଯାଇଥିଲା। ଏସବୁ ଭାଟିରୁ ମଦ ପ୍ରସ୍ତୁତି ପାଇଁ ଥିବା ୨୭୦୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୧୪୦୦ ଲିଟର ଚୋରା ଦେଶୀ ମଦ, ଡ୍ରମ, ଡେକ୍ଚି ଇତ୍ୟାଦି ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଗଲା। ଏହି ଚଢ଼ାଉରେ ଚିକିଟି ଅବକାରୀ ଉପଅଧିକ୍ଷକ କୁମୁଦ ରଞ୍ଜନ କୁଅଁର, ଜରଡା ଥାନା ଅଧିକାରୀ ଟୁନା ସାସମଲ୍, ବ୍ରହ୍ମପୁର ସଦର ରେଞ୍ଜ ଅବକାରୀ ନିରୀକ୍ଷକ ଅର୍ଜୁନ କୁମାର ମଲ୍ଲିକ, ବ୍ରହ୍ମପୁର ଡିଏସଏଫ ଅବକାରୀ ନିରୀକ୍ଷକ ମନୀଷା ଭୋଳ, ଚିକିଟି ଅବକାରୀ ଥାନା ଉପନିରୀକ୍ଷକ ସଞ୍ଜୟ କୁମାର ଭୁକ୍ତା, ଗୋଳନ୍ଥରା ଅବକାରୀ ଥାନା ଉପନିରୀକ୍ଷକ ବିଶ୍ବମ୍ବର ବିଶ୍ବାଳ, ବ୍ରହ୍ମପୁର ଅବକାରୀ ଥାନା ୨ ଉପନିରୀକ୍ଷକ ସଂଗୀତା ମହାପାତ୍ର, ଗୋପାଳପୁର ଅବକାରୀ ଥାନା ଉପନିରୀକ୍ଷକ ସସ୍ମିତା ମଲ୍ଲିକଙ୍କ ସହ ଏପିଆର ଫୋର୍ସ, ଅବକାରୀ କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ସାମିଲ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories