www.samajalive.in
Sunday, December 14, 2025
17.1 C
Bhubaneswar

ଅଣ-ସଂଗଠିତ ଶ୍ରମିକ ସଚେତନତା ଶିବିର ଆୟୋଜିତ

ଭୁବନେଶ୍ୱର: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଭାଇ ଓ ଭଉଣୀମାନଙ୍କର ସାମାଜିକ ନିରାପତ୍ତାକୁ ଆଗେଇ ନେବା ଓ ପ୍ରତ୍ୟେକ ଶ୍ରମିକର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ରେଡକ୍ରସ ଭବନଠାରେ ଜିଲ୍ଲା ଶ୍ରମ ବିଭାଗ, ଖୋର୍ଦ୍ଧା, ଭୁବନେଶ୍ୱର, ଶିଶୁ ଓ ମହିଳା ବିକାଶ କେନ୍ଦ୍ର (ସି.ସି.ଡବ୍ଲୁ.ଡି), ଆକ୍ସନଏଡ୍ ଆସୋସିଏସନ ଓ ଅଣସଂଗଠିତ ଶ୍ରମିକମଞ୍ଚ ଓଡିଶାଙ୍କ ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ସଚେତନତା ଶିବିର ଆୟୋଜିତ ହୋଇଯାଇଅଛି। ଅତିଥି ଭାବରେ ଖୋର୍ଦ୍ଧା ଜିଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ସହକାରୀ ଶ୍ରମ ଅଧିକାରୀ ରଶ୍ମିତା କୁମାରୀ ପାତ୍ର ଓ କାଳୀପୁତ୍ର କୁଲଦୀପ ପ୍ରସାଦ, ଆକ୍ସନଏଡ୍ ଆସୋସିଏସନ୍ର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ଦନ୍ତୋପନ୍ତ ଥେଙ୍ଗାଡି ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଧର୍ମେନ୍ଦ୍ର କୁମାର ମିଶ୍ର ପ୍ରମୁଖ କେନ୍ଦ୍ର ଓ ରାଜ୍ୟସରକାରଙ୍କର ବିଭିନ୍ନ ଯୋଜନା, ନୀତି ଉପରେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଶିବ ସାହୁ ପ୍ରଦାନ କରିଥିବା ବେଳେ ସିସିଡବ୍ଲୁଡିର ସମ୍ପାଦକ ସଦାଶିବ ସ୍ୱାଇଁ ଅଣସଂଗଠିତ ଶ୍ରମିକ ସଚେତନତା ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରିଶେଷରେ ଆକ୍ସନଏଡ୍ ଆସୋସିଏସନ୍ର ସିନିୟର ଲିଡ୍ ପ୍ରୋଗ୍ରାମ୍ ଶୁଭେନ୍ଦୁ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଣସଂଗଠିତ ଶ୍ରମିକ ମଞ୍ଚର ପ୍ରତିନିଧି ଫୁଲମଣି ପାତ୍ର, ଅଭୟ ପତି, ସଂଯୁକ୍ତା ମହାରଣା, ଗୋଲାପ କୁମାରୀ ସାହୁ ଓ ମାନବିକ ଅଧିକାର କର୍ମୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ନିଜର ମତାମତ ପ୍ରଦାନ କରିଥିଲେ। ଏହି ସଚେତନତା ଶିବିରକୁ ଗୀତାଞ୍ଜଳି ପଣ୍ଡା, କଲ୍ୟାଣୀ ରାଉତ, ସ୍ନିଗ୍ଧା ଦାସ, ରେଣୁବାଳା ସାହୁ, ସରସ୍ୱତୀ ପରିଡା, ସବିତା ରାଉତ, ବିଷ୍ଣୁପ୍ରିୟା ସାମଲ, ସୁଚରିତା ବେହେରା ଓ ସ୍ମୃତିରେଖା ଦାସ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories