www.samajalive.in
Wednesday, December 10, 2025
15.1 C
Bhubaneswar

ମହାପ୍ରସାଦ ଦରବୃଦ୍ଧିକୁ ନେଇ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ପୁରୀ  : ଶ୍ରୀମନ୍ଦିରରେ ମହାପ୍ରସାଦର ଅହେତୁକ ଦରବୃଦ୍ଧି ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଶ୍ରୀମନ୍ଦିରକୁ ଆସୁଥିବା କିଛି ଶ୍ରଦ୍ଧାଳୁ ୨ଗୁଣ ଦରବୃଦ୍ଧି ଯୋଗୁଁ ମହାପ୍ରସାଦ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ସୂଚନା ମୁତାବକ, ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ସୁଆର ମହାସୁଆର ନିଯୋଗ ଦ୍ୱାରା କରାଯାଉଛି। ଶ୍ରୀମନ୍ଦିରରେ ମହାପ୍ରସାଦ ଏବଂ ଅନ୍ୟାନ୍ୟ ଭୋଗ ପ୍ରସ୍ତୁତିରେ ଓମଫେଡ଼ ଘିଅ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଗତ କିଛିଦିନ ହେଲା ଶ୍ରୀମନ୍ଦିରରେ ଓମ୍‌ଫେଡ଼ ଘିଅ ବ୍ୟବହାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ଜାଳେଣିକାଠ ଏବଂ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବାରୁ ମହାପ୍ରସାଦ ଏବଂ ଅନ୍ୟାନ୍ୟ ଭୋଗର ଦର ୨ ଗୁଣ ବୃଦ୍ଧି ପାଇଥିବା କୁହାଯାଉଛି।  ପୂର୍ବରୁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲଗାଇବାକୁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ମହାପ୍ରସାଦର ୨ଗୁଣ ଦରବୃଦ୍ଧି ଯୋଗୁଁ ସୁଆର ମହାସୁଆର ନିଯୋଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ରିଆତି ଦରରେ ଓମଫେଡ଼ ଘିଅ ଯୋଗାଣ ସହ ଅନ୍ୟାନ୍ୟ ସାମଗ୍ରୀକୁ କମ୍‌ ଦରରେ ଯୋଗାଇ ପାରିଲେ ଦର ନିୟନ୍ତ୍ରଣ ସମ୍ଭବ ହୋଇପାରିବ ଓ ଶ୍ରଦ୍ଧାଳୁ କମ୍‌ ଦରରେ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ କିଣିବାକୁ ସକ୍ଷମ ହୋଇପାରିବେ ବୋଲି ସୁଆର ମହାସୁଆର ନିଯୋଗର ବରିଷ୍ଠ ସେବାୟତମାନେ କହିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରସାଦର ଦରବୃଦ୍ଧିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରସାଦର ଅହେତୁକ ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି। ଦରବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା କରାଯିବ। ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କୁ ୧ଶହ ଟଙ୍କାରେ ମହାପ୍ରସାଦ ଦେବାର ବ୍ୟବସ୍ଥା କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories