www.samajalive.in
Sunday, December 7, 2025
23.1 C
Bhubaneswar

ମହାପ୍ରସାଦ ଦରବୃଦ୍ଧିକୁ ନେଇ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ପୁରୀ  : ଶ୍ରୀମନ୍ଦିରରେ ମହାପ୍ରସାଦର ଅହେତୁକ ଦରବୃଦ୍ଧି ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଶ୍ରୀମନ୍ଦିରକୁ ଆସୁଥିବା କିଛି ଶ୍ରଦ୍ଧାଳୁ ୨ଗୁଣ ଦରବୃଦ୍ଧି ଯୋଗୁଁ ମହାପ୍ରସାଦ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ସୂଚନା ମୁତାବକ, ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ସୁଆର ମହାସୁଆର ନିଯୋଗ ଦ୍ୱାରା କରାଯାଉଛି। ଶ୍ରୀମନ୍ଦିରରେ ମହାପ୍ରସାଦ ଏବଂ ଅନ୍ୟାନ୍ୟ ଭୋଗ ପ୍ରସ୍ତୁତିରେ ଓମଫେଡ଼ ଘିଅ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଗତ କିଛିଦିନ ହେଲା ଶ୍ରୀମନ୍ଦିରରେ ଓମ୍‌ଫେଡ଼ ଘିଅ ବ୍ୟବହାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ଜାଳେଣିକାଠ ଏବଂ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବାରୁ ମହାପ୍ରସାଦ ଏବଂ ଅନ୍ୟାନ୍ୟ ଭୋଗର ଦର ୨ ଗୁଣ ବୃଦ୍ଧି ପାଇଥିବା କୁହାଯାଉଛି।  ପୂର୍ବରୁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲଗାଇବାକୁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ମହାପ୍ରସାଦର ୨ଗୁଣ ଦରବୃଦ୍ଧି ଯୋଗୁଁ ସୁଆର ମହାସୁଆର ନିଯୋଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ରିଆତି ଦରରେ ଓମଫେଡ଼ ଘିଅ ଯୋଗାଣ ସହ ଅନ୍ୟାନ୍ୟ ସାମଗ୍ରୀକୁ କମ୍‌ ଦରରେ ଯୋଗାଇ ପାରିଲେ ଦର ନିୟନ୍ତ୍ରଣ ସମ୍ଭବ ହୋଇପାରିବ ଓ ଶ୍ରଦ୍ଧାଳୁ କମ୍‌ ଦରରେ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ କିଣିବାକୁ ସକ୍ଷମ ହୋଇପାରିବେ ବୋଲି ସୁଆର ମହାସୁଆର ନିଯୋଗର ବରିଷ୍ଠ ସେବାୟତମାନେ କହିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରସାଦର ଦରବୃଦ୍ଧିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରସାଦର ଅହେତୁକ ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି। ଦରବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା କରାଯିବ। ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କୁ ୧ଶହ ଟଙ୍କାରେ ମହାପ୍ରସାଦ ଦେବାର ବ୍ୟବସ୍ଥା କରାଯିବ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories