www.samajalive.in
Sunday, December 7, 2025
26.1 C
Bhubaneswar

୩ ଦିନରେ ୨  ହାତୀଙ୍କ ମୃତଦେହ ଉଦ୍ଧାର, ଦାନ୍ତ ପାଇଁ ହତ୍ୟା ସନ୍ଦେହ

ନରସିଂହପୁର: ତିନିଦିନ ମଧ୍ୟରେ କଟକ ଜିଲା ନରସିଂହପୁର ବନାଞ୍ଚଳରୁ ଦୁଇଟି  ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ତେବେ ଦାନ୍ତ ପାଇଁ ଦନ୍ତା ଶିକାର କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ  ଏହାକୁ ଖଣ୍ଡନ କରିଛନ୍ତି।  ମାତ୍ର ପାରିପାର୍ଶ୍ବିକ ଅବସ୍ଥା ଓ ଗୋଟିଏ ହାତୀର ଦାନ୍ତ ଗାଏବ ହୋଇଯାଇଥିବାରୁ ହତ୍ୟା ସନ୍ଦେହ ଦୃଢୀଭୂତ ହୋଇଛି।

ଗୁରୁବାର ନରସିଂହପୁର ପୂର୍ବ ବନାଞ୍ଚଳ ଅର୍ନ୍ତଗତ ଦଲକ ବିଟ୍‌ର ୧୦ ନମ୍ବର କମ୍ପାର୍ଟମେଣ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ୭ ବର୍ଷୀୟ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଠାବ କରିଛି। ଜଙ୍ଗଲରେ ଦନ୍ତାହାତୀକୁ ମୃତ ଅବସ୍ଥାରେ ବନବିଭାଗର କର୍ମଚାରୀ ଦେଖି  ବୁଧବାର ପୂର୍ବାଞ୍ଚଳ ରେଞ୍ଜର ସୁବାସ କୁମାର ରାଉତଙ୍କୁ ଜଣାଇଥିଲେ। ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଲୁଚାଇବାକୁ ଚାହିଁଥିଲେ। ମାତ୍ର ଏ ସମ୍ପର୍କରେ ତଥ୍ୟ ପଦାକୁ ଆସିବାରୁ ଗୁରୁବାର ଘଟଣାସ୍ଥଳରେ ତୁରନ୍ତ ଆଠଗଡ଼ ଡିଏଫଓ ଯଜ୍ଞଦତ୍ତ ପତି, ଏସିଏଫ ମନୋଜ କୁମାର ପାତ୍ର, ରେଞ୍ଜର ଶ୍ରୀ ରାଉତ, ନରସିଂହପୁର ପ୍ରାଣୀ ଚିକିତ୍ସକ ଡାକ୍ତର ସୌରଭ ଦାସ ପହଞ୍ଚିଥିଲେ। ଡାକ୍ତର ଦାସଙ୍କୁ ଦନ୍ତାର ମୃତ୍ୟୁ ସମ୍ପର୍କରେ ପଚାରିବାରୁ କହିଛନ୍ତି ଯେ, ହାତୀଟି ଯେଉଁଠି ପଡିଛି ସେହି ରାସ୍ତାଟି ପଥରମୟ ଅଛି। ସେହିବାଟ ଦେଇ ଯାଉଥିବା ବେଳେ ହାତୀଟି ତଳେ ଖସି ପଡ଼ିଥିବା ବେଳେ ତାର ମୁଣ୍ଡର ବିଭିନ୍ନ ସ୍ଥାନରେ ମାଡ଼ ହୋଇ ଆଭ୍ୟନ୍ତରୀଣ କ୍ଷତ ​‌ହେବାରୁ ତାର ମୃତ୍ୟୁ ହୋଇଛି। ହାତୀର ଶବକୁ ବ୍ୟବଚ୍ଛେଦ କରି ସେହି ପାଖରେ ପୋତି ଦିଆଯାଇଛି। ମୃତ ହାତୀ ଦେହରୁ ଦୁଇଟି ୭ଇଞ୍ଚର ଦାନ୍ତକୁ ବନ ବିଭାଗ ଜବତ କରିଛି।

- Advertisement -

ଅପରପକ୍ଷରେ ଗତ ୭ ତାରିଖରେ ବାରସିଙ୍ଗା ସେକ୍ସନ ମିଟିକାପୁର ବିଟ୍‌ ଉପରକଟା ପୁରୁଣାପାଣିର ଘେସେରା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ଅଣ୍ଡିରା ହାତୀର ଗଳିତ ମୃତଦେହ ଠାବ ହୋଇଥିଲା। ୧୫ ବର୍ଷୀୟ ଏହି ଦନ୍ତା ମୃତଦେହ ମୃତ୍ୟୁର ପ୍ରାୟ ୧୨ଦିନ ପରେ ଠାବ କରାଯିବା ଏବଂ ଏହାର ଦାନ୍ତ ନ ଥିବାରୁ ଦାନ୍ତ ଲାଗି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏତେଦିନ ଧରି ଗୋଟିଏ ହାତୀ ମରି ପଡି ରହିଥିଲେ ମଧ୍ୟ ବନବିଭାଗ ଏ ସମ୍ପର୍କରେ କୌଣସି ସୁରାକ କିଭଳି ପାଇପାରି ନଥିଲା ? ମୃତଦେହ ପଚିସଢି ଦୁର୍ଗନ୍ଧ ହେବା ପରେ ବିଭାଗୀୟ କର୍ମଚାରୀ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଉପରୋକ୍ତ ଦୁଇଟି ଘଟଣା ଆଠଗଡ ବନଖଣ୍ଡରେ ହାତୀ ଶିକାରୀଙ୍କ ସକ୍ରିୟତାକୁ ସ୍ପଷ୍ଟ କରୁଥିଲେ ହେଁ ଏହାକୁ ବିଭାଗୀୟ ଅଧିକାରୀମାନେ ଗ୍ରହଣ କରିବାକୁ ନାରାଜ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ପ୍ରକୃତ ତଥ୍ୟ ପଦାକୁ ଆସିପାରିବ ବୋଲି ପ୍ରାଣୀ ପ୍ରେମୀମାନେ ଦାବି କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories