ସମନ୍ୱିତ,ହାଇଟେକ ଅନଲାଇନ ପୋର୍ଟାଲ ଉଦ୍‌ଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

ଭାରତୀୟ କୃଷିକୁ ସୁଦୃଢ କରିବାରକୁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ : କୃଷିମନ୍ତ୍ରୀ

-କୃଷିଜାତ ସାମଗ୍ରୀର ରପ୍ତାନୀ /ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାରକୁ ସୁଗମ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ସମନ୍ୱିତ,ହାଇଟେକ ଅନଲାଇନ ପୋର୍ଟାଲ

-ଡ୍ରୋନ ଦ୍ୱାରା କୀଟନାଶକ ସିଞ୍ଚନ ପାଇଁ ପଞ୍ଜୀକୃତ ହେବାକୁ ଆବେଦନ କରିଥିବା ପ୍ରାୟ ସବୁ ଦରଖାସ୍ତକାରୀଙ୍କୁ ଅନୁମତି ପ୍ରଦାନ

-ଦେଶର କୃଷିଜାତ ସାମଗ୍ରୀର ରପ୍ତାନୀ ବୃଦ୍ଧି ଏକ ଗର୍ବ ଓ ଗୌରବର ବିଷୟ ଏବଂ ଏସବୁ କାରବାରକୁ ସୁଗମ କରିବା ଏକ ବଡ ସଫଳତା: କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ  କଲ୍ୟାଣ ମନ୍ତ୍ରୀ  ନରେନ୍ଦ୍ର ସିଂ ତୋମର ଆଜି ଦୁଇଟି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ସେଥିରୁ ଗୋଟିଏ କୀଟନାଶକର କମ୍ପ୍ୟୁଟରୀକୃତ ପଞ୍ଜୀକରଣ (କ୍ରପ) ଓ ଅନ୍ୟଟି ପ୍ଲାଣ୍ଟ  କ୍ୱାରାଣ୍ଟାଇନ ଇନଫରେମେସନ୍ ସିଷ୍ଟମ ଓ ପିକ୍ୟୁଆଏଏସ୍ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ କୃଷିକ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ଦୁଇଟି ପୋର୍ଟାଲକୁ ଆରମ୍ଭ କରାଯାଇଛି। ଏହାଫଳର ଡିଜିଟାଲ କୃଷି ଓ କୃଷି କାରବାରରେ ସୁଗମତା ସମ୍ଭବ ହେବ । ଦେଶର କୃଷିଜାତ ସାମଗ୍ରୀ ରପ୍ତାନୀ ଯଥେଷ୍ଟ ବଢି ଥିବାରୁ ଶ୍ରୀ  ତୋମର ସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ  କୈଳାସ ଚୌଧାରୀ କହିଥିଲେ  ଯେ  ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଫଳରେ କୃଷି କ୍ଷେତ୍ର ଅଧିକ ଉନ୍ନତ ହେବ। ନୂଆ ପୋର୍ଟାଲ ଦ୍ୱାରା ଚାଷୀ, ରପ୍ତାନୀକାରୀ ଓ ଶିଳ୍ପପତିମାନେ ଉପକୃତ ହେବେ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ(ଡିଏଫଡବ୍ଲୁ) ଫରିଦାବାଦ ପ୍ଲାଣ୍ଟ ପ୍ରୋଟେକନ କ୍ୱାରାଣ୍ଟାଇନ ଓ ଷ୍ଟୋରେଜ ନିର୍ଦ୍ଦେଶାଳୟ (ଡିପିପିକ୍ୟୁଏସ୍‌) ମାଧ୍ୟମରେ ଭାରତୀୟ କୃଷିଜାତ ସାମଗ୍ରୀ ରପ୍ତାନୀ ଓ ଆମଦାନୀକାରୀଙ୍କ ଆବଶ୍ୟକତା ପୂରଣ କରୁଛି । ଏହା ମଧ୍ୟ ଭାରତୀୟ କୀଟନାଶକ ଉଦ୍ୟୋଗର ଭଲମନ୍ଦ ବୁଝୁଛି । ନୂଆକରି ଉଦ୍‌ଘାଟିତ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ଆବଶ୍ୟକତା ପୂରଣ କରାଯିବ ।

ଭାରତୀୟ କୃଷିଜାତ ଦ୍ରବ୍ୟର ରପ୍ତାନୀ ଓ ଆମଦାନୀକାରୀ ତଥା କୀଟନାଶକ ଉଦ୍ୟୋଗର ଆବଶ୍ୟକତା ପୂରଣ ପାଇଁ ସେମାନଙ୍କ ପଞ୍ଜୀକରଣ ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ରହିଛି । ସମନ୍ୱିତ ବ୍ୟବସ୍ଥାରେ ପରିଚାଳିତ ଏହି ଦୁଇ ପୋର୍ଟାଲ ଏହି କାମକୁ ସହଜ କରିପାରିବ । ଅନ୍‌ଲାଇନ ବ୍ୟବସ୍ଥାରେ ଏହା କରାଯିବା ଫଳରେ ଏଥିରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ରକ୍ଷା କରାଯାଇପାରିବ । ଏହା ମାଧ୍ୟମରେ ଇ-ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ, ପଞ୍ଜୀକରଣ ନବୀକରଣ, ନୂଆ ପଞ୍ଜୀକରଣ, ଅନ୍‌ଲାଇନ ଆକ୍ରେଡିଟେସନ୍‌, ସାର୍ଟିଫିକେଟ ଡାଉନଲୋଡ ସୁବିଧା ଉପଲବ୍ଧ । ହାଇଦରାବାଦର ସିଜିଜି ସଂସ୍ଥା ପୋର୍ଟାଲକୁ ତିଆରି କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି ।

ଫସଲକୁ ରୋଗପୋକରୁ ରକ୍ଷା କରିବା ପାଇଁ କିଷାନ ଡ୍ରୋନ ମାଧ୍ୟମରେ କୀଟନାଶକ ସିଂଚନ ନିମନ୍ତେ ୨୦୨୨-୨୩ ବଜେଟ୍‌ରେ ପ୍ରସ୍ତାବ ରହିଛି । ଏଥିପାଇଁ କିଷାନ ଡ୍ରୋନ ବ୍ୟବହାରକୁ ସରକାର ଅନୁମତିି ପ୍ରଦାନ କରିଛନ୍ତି । ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହିତ ବିଚାର ଆଲୋଚନା କରିବା ପରେ କିଷାନ ଡ୍ରୋନର ବ୍ୟବହାର ନିମନ୍ତେ ମାନକ ନୀତି ପ୍ରସ୍ତୁତ ହୋଇଛି । ତଦନୁସାରେ ଏହି ଡ୍ରୋନରୁ ଫସଲ ଉପରେ ନିରାପଦରେ କୀଟନାଶକ ଓ ଅନ୍ୟାନ୍ୟ ପୋଷକତତ୍ୱ ପ୍ରୟୋଗ କରିହେବ । ଯେଉଁସବୁ କୀଟନଶକ ଉତ୍ପାଦକାରୀ କମ୍ପାନୀ ଏବେ ଡ୍ରୋନ ମାଧ୍ୟମରେ କୀଟନାଶକ ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଅନ୍ତରୀଣ ବ୍ୟବସ୍ଥା ଭାବେ ଏହା ବ୍ୟବହାର ପାଇଁ ପଞ୍ଜୀକରଣ କରାଯାଇ ଅନୁମତି ପ୍ରଦାନ କରାଯାଇଛି । ଆହୁରି  ମଧ୍ୟ ଏଭଳି ଡ୍ରୋନର ଅଧିକ ନିର୍ମାଣ ଓ ବ୍ୟବହାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ଚାଷୀଙ୍କ ଖର୍ଚ୍ଚ ହ୍ରାସ କରି ସେମାନଙ୍କ ଆୟ ବଢାଇବାକୁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ।

ଏହି କାର୍ଯକ୍ରମରେ କେନ୍ଦ୍ର କୃଷି ସଚିବ  ମନୋଜ ଆହୁଜା, କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ସେଣ୍ଟର ଫର ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ରାଜେନ୍ଦ୍ର ନିମ୍‌ଜେ, ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା (ଆଇସିଏଆର)ର ବୈଜ୍ଞାନିକଗଣ, ବିଭିନ୍ନ ରାଜ୍ୟର ପ୍ରତିନିଧି, ଶିଳ୍ପ ଓ କୃଷକ ସଂଗଠନର ପ୍ରତିନିଧିମାନେ ଭାଗ ନେଇଥିଲେ ।

Comments are closed.