Patra electronics

ବିଶ୍ୱମ୍ଭରପୁର ଗ୍ରାମରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ

ବଡ଼ମ୍ବା : ଏହି ବ୍ଲକ ଅନ୍ତର୍ଗତ ବିଶ୍ୱମ୍ଭରପୁର ଗ୍ରାମରେ ବାର୍ଷିକ ମହାବିଷୁବ ସଂକ୍ରାନ୍ତି ଉତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ ଗ୍ରାମର ଯୁବକସଂଘ ଏବଂ ଝାମୁଯାତ୍ରା କମିଟି ତରଫରୁ ଏକ ସାଂସ୍କୃତିକ ସଭା କରାଯାଇଥିଲା । ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଜିଲା ପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ ମୁଖ୍ୟବକ୍ତାଭାବେ ଯୋଗଦେଇଥିବା ବେଳେ ନିଜିଗଡ଼ ବଡ଼ମ୍ବା ପଞ୍ଚାୟତ ସମିତିସଭ୍ୟା ତଥା ଗ୍ରାମ୍ୟବଧୂ ଗୋଲାପ ସାହୁ, ସରପଞ୍ଚଙ୍କ ପ୍ରତିନିଧି ଚିନ୍ମୟ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଶାନ୍ତକୁମାର ଜେନା, ସମାଜସେବୀ ଶିବନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନୁଷ୍ଠିତ ସଭାରେ ଗ୍ରାମର ଉନ୍ନତି ଏବଂ ବିକାଶକୁନେଇ ଅତିଥି ତଥା ନବନିର୍ବାଚିତ ଜନପ୍ରତିନିଧିମାନେ ଆଲୋଚନା କରିଥିଲେ । ସେହିଭଳି ଅତିଥିମାନଙ୍କୁ ଗ୍ରାମକମିଟି ତରଫରୁ ପୁଷ୍ପଗୁଛ ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମରେ ଶାନ୍ତିପୂର୍ଣ୍ଣ ଭାବେ ଝାମୁଯାତ୍ରା ଏବଂ ରାମଲୀଳା ଅନୁଷ୍ଠିତ ହୋଇଥିବାରୁ ଅତିଥିମାନେ ଗ୍ରାମବାସୀଙ୍କୁ ଏହି ଅବସରରେ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନାଏବ ସରପଞ୍ଚ ରବିନ୍ଦ୍ରକୁମାର ବାରିକ,ୱାଡ଼ ମେମ୍ବର ଝୁଲ ଦେଈ,ମହେଶ୍ୱର ସାହୁ ,ଗ୍ରାମ୍ୟକମିଟି ସଦସ୍ୟ ସୁଦର୍ଶନ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇ ନିଜର ଶୁଭେଛା ଜ୍ଞାମ୍ପନ୍ନ କରିଥିଲେ। ସଭାଅନ୍ତେ ଗ୍ରାମବାସୀଙ୍କ ସହଯୋଗରେ ପାରମ୍ପରିକ ରାମଲୀଳା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.