www.samajalive.in
Monday, December 15, 2025
17.1 C
Bhubaneswar

ଆଠଗଡର ଅଧିଷ୍ଠାତ୍ରୀ ମା’ ବାଉତୀଙ୍କ ଝାମୁଯାତ୍ରା

ଆଠଗଡ : ପବିତ୍ର ଚୈତ୍ରପୂର୍ଣ୍ଣିମା ତିଥି ଅବସରରେ ଆଠଗଡର ଅଧିଷ୍ଠାତ୍ରୀ ମା’ ବାଉତୀଙ୍କର ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁଯାତ୍ରା ଦେଖିବା ପାଇଁ ସହର ତଥା ଆଖପାଖ ଗ୍ରାମାଞ୍ଚଳରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିପାଇଁ ମାଆଙ୍କର ଆଜି ସ୍ୱତନ୍ତ୍ର  ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତ୍ୟୁଷରେ ମାଆଙ୍କ ପହଡ ଫିଟା ନୀତି ପରେ ମଙ୍ଗଳ ଆଳତୀ ସଂପନ୍ନ ହୋଇଥିଲା । ପରେ ପରେ ମହାସ୍ନାନ ଓ ସକାଳ ଧୂପ ହେବା ପରେ ୧୧ଟାରେ ମଧ୍ୟାନ୍ନ ଧୂପ ଦିଆଯାଇଥିଲା । ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ମାଆଙ୍କର ସମସ୍ତ ପୂଜାନୀତି ସଂପନ୍ନ କରିଥିବାବେଳେ ମନ୍ଦିରର ପୂଜକ ରୁଦ୍ରନାରାୟଣ ପଣ୍ଡା ଓ ସ୍ୱାଗତ ପଣ୍ଡା ସହଯୋଗ କରିଥିଲେ । ଝାମୁ ଚାଲିବା ପାଇଁ ସଂକଳ୍ପ କରି ନିଷ୍ଠାର ସହିତ ମନ୍ଦିରରେ ରାତ୍ରିଯାପନ କରିଥିବା ୬ଜଣ ମାନସିକ ବ୍ରତଧାରୀ ନିକଟସ୍ଥ ଭାଗୀରଥି ସାଗର ପୋଖରୀରେ ସ୍ନାନସାରି ବାଉତୀ ମନ୍ଦିରରେ ପହଞ୍ଚି  ମାଆଙ୍କ ନିକଟରେ ଗୁହାରିଆ ପଡିଥିଲେ। ଅପରାହ୍ନ ୨.୩୦ରେ ସ୍ୱତନ୍ତ୍ର ଧୂପ ଓ ଆହୁତି ଦେବା ପରେ ମାଆଙ୍କ ସମ୍ମୁଖରେ ଗୁହାରିଆ ପଡିଥିବା ମାନସିକ ବ୍ରତଧାରୀ ଏକାଧିକ ଝାମୁଗାତରେ ରଡ ନିଆଁ ଉପରେ ଝାମୁ ଚାଲିଥିଲେ। ସେହିପରି ବୀରକିଶୋରପୁରସ୍ଥିତ ମଙ୍ଗଳା ମନ୍ଦିରରେ ମଧ୍ୟ ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା।


ଅଧିଷ୍ଠାତ୍ରୀ ମା ବାଉତୀଙ୍କ ଝାମୁ ଯାତ୍ରା ଅବସରରେ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚିତ ନଗରପାଳ ଓ ପରିଷଦଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସେଠାରେ ପଣା ବ୍ୟବସ୍ଥା କରାଯାଇଥିଲା। ବିଜେଡି ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ନଗରପାଳ ସସ୍ମିତା ରାଉତ, ଉପନଗରପାଳ ବି.ଶୁଭ୍ର ଶଙ୍କର ଜ୍ୟୋତି ଏବଂ ବିଜେଡିର ନବ ନିର୍ବାଚିତ ସମସ୍ତ ପାରିଷଦ ଏଥିରେ ଉପସ୍ଥିତ ରହି ଝାମୁଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories