୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଟ୍ରକ ପାର୍କିଂ ଜୋନ୍

ପରିବହନ ଓ ପୁଲିସ ବିଭାଗ  ସାଜିଛନ୍ତି ନିରବଦ୍ରଷ୍ଟା !

ଗୋପାଳପୁର : ଗମନା ଗମନ ସୁବିଧା ସହ ରାସ୍ତାରେ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ସରକାର ସଡ଼କ ନିର୍ମାଣ ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି ଠିକା ସଂସ୍ଥାର ମନାମାନି ତ, କେଉଁଠି ପରିବହନ ବିଭାଗର ଅବହେଳାରୁ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।   ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶ ଏବଂ ଓଡିଶାକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ରାଜପଥରେ । କନିଷି ଢ଼ାବା ସମ୍ମୁଖ ଜାତୀୟ ରାଜପଥ ସହ ପାର୍ଶ୍ୱରେ ଯାଇଥିବା ଡାଇଭରସନ ରୋଡ ପାଲଟିଛି ଟ୍ରକ ପାର୍କିଂ ଜୋନ୍। ଜାତୀୟ ରାଜପଥରେ ମଳମାଳ ଟ୍ରକ ବେଆଇନ ପାର୍କିଂ କରିବା ସହ କନିଷି ହାଟରୁ  ହଳଦିଆପଦର ଓଭର ବ୍ରିଜକୁ ସଂଯୋଗ କରୁଥିବା ସର୍ଭିସ ରୋଡ଼କୁ ଏକ ନିଦ୍ଧିଷ୍ଟ ଟ୍ରକ ସଙ୍ଘ ଅବରୋଧ କରି ୧୬ ଚକିଆ ଟ୍ରକ ପାର୍କିଂ କରିବା ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବେଆଇନ ପାର୍କିଂ ଯୋଗୁଁ ଧୂଳି ଉଡି  ପରିବେଶ ପ୍ରଦୂଷଣ ହେବା ସହ ପଥଚାରୀ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।
prayash
ରାଜପଥ ଦେଇ ରାଜନେତା ଠାରୁ ଆରମ୍ଭ କରି ଆର.ଡି.ସି, ଜିଲ୍ଲାପାଳ, ପୁଲିସ, ପରିବହନ ବିଭାଗର ଅଧିକାରୀ ଯାତାୟାତ କରୁଥିବା  ବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡିବା ଏକ ପ୍ରକାର ସନ୍ଦେହ ସୃଷ୍ଟି କରିଛି। ପ୍ରତିଦିନ ଶହଶହ ଭାରୀଯାନ ଯିବା  ଆସିବା କରୁଥିବା ବେଳେ ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ କହିଛନ୍ତି। ପରିବହନ ବିଭାଗର ଅଧିକାରୀ ମାନେ ପ୍ରତିଦିନ ରାଜପଥ ଉପରେ  ବିଭିନ୍ନ ସମ୍ବେଦନଶୀଳ ବା ଦୁର୍ଘଟଣା ପ୍ରବଣ  ଅଞ୍ଚଳରେ ଭାରିଯାନ ଗୁଡିକ  ରାସ୍ତାରେ ଦୀର୍ଘ ସମୟ ଧରି ଅଟକାଇବା ସହ  ଓଭର ଲୋଡ଼ିଂ ଓ କାଗଜ ପତ୍ର  ଯାଞ୍ଚ କରୁଥିବା ବେଳେ ବେଆଇନ ପାର୍କିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅନ୍ୟପଟେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ ସମୟ ଧରି ହଳଦିଆପଦର  ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଯୋଗୁଁ ରାସ୍ତାର ଦୁଇପାର୍ଶ୍ୱରେ କରାଯାଇଥିବା ଡାଇଭରସନ ରୋଡ ନିର୍ମାଣ କରାଯାଇଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ପୁଣି ରାଜପଥରେ  ବେଆଇନ ପାର୍କିଂ ଯାହାକି  ପଥଚାରୀଙ୍କ ପାଇଁ  ଏକ ପ୍ରକାର କାଳ ହୋଉଛି। ଏ ନେଇ ପରିବହନ ବିଭାଗର ଆରଟିଓ ବିକାଶ ଚୌଧୁରୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ବିଭାଗୀୟ ଅଧିକାରୀ ଖୁବ ଶୀଘ୍ର ଘଟଣାସ୍ଥଳକୁ ଯାଇ ଦେଖିବେ ଯଦି ରାଜପଥରେ ବେଆଇନ ଭାବେ ପାର୍କିଂ କରିଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜପଥ ଅବରୋଧ କରି ପାର୍କିଂ ଉପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ତୁରନ୍ତ ରାଜପଥରୁ ବେଆଇନ ପାର୍କିଂ ହଟେଇବାକୁ ସର୍ବସାଧାରଣରେ ଦାବୀ ହୋଇଛି l
kalyan agarbati

Comments are closed.