ମଣପୁରମ ଲୁଟ ଘଟଣା, ୨ ଗିରଫ

ସମ୍ବଲପୁର: ମଣପୁରମ ଫାଇନାନ୍ସ ଲୁଟ ଘଟଣାରେ ୨ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ବିହାରରୁ ୨ଜଣ ଅଭିଯୁକ୍ତକୁ ଗିରଫ ପରେ ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ମଣପୁରମରୁ ଲୁଟ ହୋଇଥିବା ସୁନା ମିଳିପାରିନାହିଁ। ଅଧିକ ତଥ୍ୟ ଜାଣିବା ପାଇଁ ଗିରଫ ହୋଇଥିବା ୨ଜଣଙ୍କୁ ପୁଲିସ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି। ସମ୍ବଲପୁର ମଣପୁରମରେ ଗତ ୨ ତାରିଖରେ ସଶସ୍ତ୍ର ଡକାୟିତ ହୋଇଥିଲା। ୨୮କେଜିର ସୁନା ଅଳଙ୍କାର ଦୁର୍ବୁତ୍ତ ଲୁଟି ନେଇଥିଲେ।

prayash

ରାଜ୍ୟର ବହୁ ଚର୍ଚ୍ଚିତ ସମ୍ବଲପୁରର ମଣପୁରମ ଗୋଲ୍ଟ ଲୋନ ଶାଖାରୁ ଗତ ୩ ତାରିଖରେ ହୋଇଥିବା ସୁନା ଓ ଟଙ୍କା ଲୁଟ ଘଟଣାରେ ପୁଲିସ ୨ ଜଣ ଲୁଟିଆଙ୍କୁ ଗୁରୁବାର ଗିରଫ କରି ଅଦାଲତକୁ ଚାଲାଣ କରିଛି। ସଦର ଗତ ୩ ତାରିଖରେ ହୋଇଥିବା ଏହି ଲୁଟ ଘଟଣାରେ ବିହାର ହାଜିପୁର ଜିଲାର ନିବାସୀ ୨ ଲୁଟିଆ ପଙ୍କଜ ପାଶୱାନ (୨୬) ଓ ଅଜୟ ପାଶ୍ୱାନ (୩୨) ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସହରର ବ୍ୟସ୍ତବହୁଳ ରାସ୍ତା କଡରେ ଥିବା ମଣପୁରମ ଗୋଲ୍ଡ ଲୋନ ସମ୍ବଲପୁର ଶାଖାରୁ ସ୍ପଷ୍ଟ ଦିବାଲୋକରେ ସକାଳା ପ୍ରାୟ ୧୦ଟା ସମୟରେ ମାତ୍ର କେଇ ମିନିଟ ମଧ୍ୟରେ ପ୍ରାୟ ୨୮ କିଗ୍ରା ସୁନା ଓ ୪ ଲକ୍ଷ ୭୧ ହଜାର ଟଙ୍କା ଲୁଟ ଘଟଣାର ୧୩ ଦିନ ବିତିଯିବା ସତ୍ତ୍ୱେ ପୁଲିସର ହାତ ଖାଲି ରହିଛି। ମାତ୍ର କିଛି ମିନିଟ ମଧ୍ୟରେ ହୋଇଥିବା ଏହି ଲୁଟ ଘଟଣାରେ ପ୍ରାୟ ୭ ଜଣ ଅଭିଯୁକ୍ତ ସାମିଲ ରହିଥିବାର ଭାଇରାଲ ହୋଇଥିବା ସିସିଟିଭି ଓ ପୁଲିସ ସୁତ୍ରରୁ ଜଣାପଡ଼ିଥିଲା। କିନ୍ତୁ ପୁଲିସକୁ ଚକମା ଦେଇ ଲୁଟେରା ମାନେ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଅବଶ୍ୟ ଏହି ଲୁଟିଆ ମାନଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଧରି ଆଜି କୋର୍ଟକୁ ଚାଲାଣ କରିଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ୟ ଲୁଟିଆ ସହିତ ଲୁଟ ହୋଇଥିବା ସୁନା କିମ୍ବା ଟଙ୍କାର ଟେର ସୁଦ୍ଧା ପାଇ ପାରି ନାହିଁ, ଯାହାକି ପୁଲିସର ବିଫଳତାକୁ ସୂଚାଉଛି। ଅପରପକ୍ଷରେ ପୁଲିସ ତଦନ୍ତ ସମୟରେ ଏହା ବିହାରରେ ଥିବା ଏକ ଗ୍ୟାଙ୍ଗର କାମ ହୋଇଥିବାର ଜାଣି ପାରିଥିଲା।

kalyan agarbati

Comments are closed.