www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧ ବ୍ଲକରେ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ବ୍ଲକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସିମାନଙ୍କ ଦ୍ୱାରା ଶିକ୍ଷକମାନଙ୍କ ଲେସନ ନୋଟ ଦେଖିବା, କେଶବୁକ୍‌ ଲେଖାହୋଇଛି କି ନାହିଁ ଦେଖିବା, ବିଦ୍ୟାଳୟ ପାଚେରୀ, ରୋଷେଇଘର, ପାନୀୟଜଳ, ବିଦ୍ୟୁତ ବ୍ୟବସ୍ଥା, ବିଦ୍ୟାଳୟ ମନିଟରିଙ୍ଗ, ବିଦ୍ୟାଳୟ ବିକାଶ ଓ ସୁରକ୍ଷା ଯୋଜନା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଆଧାର ପଞ୍ଜିକରଣ, ଶିକ୍ଷା ସଚେତନତା ରଥ ଭ୍ରମଣ, ପ୍ରି ମାଟ୍ରିକ ସ୍କୋଲାରସିପ, ଅବସର ନେଉଥିବା ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ କ୍ଲିଅରେନ୍ସ ଦେବେ, ସହଯୋଗ ତାଲିମ ଆଦି ସମ୍ପର୍କରେ ସୂଚନା ଦେବା ସହିତ ବ୍ଲକସ୍ତରୀୟ ମୋ ସ୍କୁଲ ଆଲୁମିନି ବୈଠକ ଆସନ୍ତା ସପ୍ତାହରେ କରାଯିବାକୁ ସୂଚନା ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ କେୱାଇସି ଏବଂ ଏକାଉଣ୍ଟ ଖାଲି କରିବା ତଥ୍ୟ ୧୨ ଗୋଟି କ୍ଲଷ୍ଟର ଦେଇଛନ୍ତି, ଅନ୍ୟ କ୍ଲଷ୍ଟରଗୁଡିକ ଶୀଘ୍ର ଦେବାକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅଖିଳ କୁମାର ପ୍ରଧାନ ସୂଚନା ଦେଇଥିଲେ । ସିଆରସିସି ରାଜକୁମାର ପ୍ରଧାନ ଜମି ପଟ୍ଟା ସମ୍ବନ୍ଧୀୟ ସୂଚନା ଦେବା ସହିତ ଘରୋଇ ନାମରେ ଥିବା ସ୍କୁଲ ଜମିର ରିପୋର୍ଟ ଦେବାକୁ କହିଥିଲେ । ସିଆରସିସି ସଂଜୟ ଦେହୁରୀ ଶେଷଦେବ ପ୍ରଧାନ, ଲବକିଶୋର ପ୍ରଧାନ, ସନ୍ତୋଷ କୁମାର ଶତପଥୀ, ସନ୍ତୋଷ କୁମାର କର୍ଣ୍ଣ, ସନତ କୁମାର ବାରିକ, ଅନାଦି ଚରଣ ବେହେରା, ବିଜୟ କୁମାର ଭୋଇ, ଅରବିନ୍ଦ ମହାଲିକ ଓ କାହ୍ନୁ ଚରଣ ସେଠୀ ପ୍ରମୁଖ ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ରହି ଆଲୋଚନାରେ ସଂକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ସୌମିତ୍ରି କର୍ଣ୍ଣ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories