www.samajalive.in
Thursday, December 11, 2025
23.1 C
Bhubaneswar

ଆକ୍ରମଣରେ ଯୁବକ ଆହତ

ଚୌଦ୍ୱାର: ଚୌଦ୍ୱାର ଥାନା ଟିପିଏମ୍‌ ଫାଣ୍ଡି ଅନ୍ତର୍ଗତ ଚିତ୍ରେଶ୍ୱର ଗ୍ରାମରେ ଗଣ୍ଡଗୋଳ ଘଟି ଦୁଇଜଣ ଯୁବକଙ୍କ ଆକ୍ରମଣରେ ସେହି ଗ୍ରାମର କୈଳାସ ଚନ୍ଦ୍ର ବେହେରା ନାମକ ଜଣେ ଯୁବକ ଆହତ ହୋଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗ ଅନୁଯାୟୀ ଗ୍ରମର ଗନ୍ଧର୍ବନାଥ ମନ୍ଦିରରେ ରାମଲୀଳା କମିଟି ବୈଠକ ଚାଲିଥିବାବେଳେ ଚିତ୍ରେଶ୍ୱର ଗ୍ରାମର ଦୁଇଜଣ ଯୁବକ ରାଜନୈତିକ ଆକ୍ରୋଶ ରଖି କୈଳାସଙ୍କ ଭାଇ ଓ ପୁତୁରାଙ୍କୁ ଗାଳି ଗୁଲଜ କରିଥିଲେ  ।ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡ଼ା ହେବା ସହିତ ଉକ୍ତ ଦୁଇଜଣ ଯୁବକ ଏକ ଧାରୁଆ ଅସ୍ତ୍ରରେ କୈଳାସଙ୍କ ଭାଇ ଓ ପୁତୁରାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ  । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କୈଳାସ ସେମାନଙ୍କୁ ଅଟକାଇବାକୁ ଯାଇ ଯୁବକଦ୍ୱୟଙ୍କ ଆକ୍ରମଣର ଶିକାର ହୋଇଥିଲେ  । ଧାରୁଆ ଅସ୍ତ୍ର ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି   । ସେ ଚୌଦ୍ୱାର ଥାନାରେ ଏସମ୍ପର୍କରେ ଅଭିଯୋଗ କରିବା ପରେ ପୁଲିସ ଚିକିତ୍ସା ପାଇଁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି  ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories