ଆଇନ ସଚେତନତା ଶିବିର ଅନୁଷ୍ଠିତ
ବୌଦ୍ଧ: ବୌଦ୍ଧଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନସେବା ସଚେତନତା ଶିବିର ବୌଦ୍ଧ ବଘିଆପଡା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆଇନର ସିଆରପିସିରେ ଥିବା ବ୍ୟବସ୍ଥାମାନ ଯେପରିକି ଏତଲା, ଜାମିନ, ସମନ, ୱାରେଣ୍ଟ୍, ଅପିଲ, ଲିଗାଲ ରିପ୍ରେଜେନଟେସନ ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଜିଲା ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମଙ୍କ ଅଧ୍ୟକ୍ଷତାରେ ପଳିଚାଳିତ ଏହି ତାଲିମ ଶିବିରରେ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶକ୍ଷୟିତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।
ଏଥିରେ ଜିଲା ଆଇନସେବା ପ୍ରାଧିକରଣର ପ୍ୟାନେଲ ଓକିଲ ବିକାଶ ଚନ୍ଦ୍ର ବେହେରା, ଶିଳ୍ପ ତାଲିମ କେନ୍ଦ୍ରର ଅଧିକାରୀ ସୁବୋଧ କୁମାର ପାଣିଗ୍ରାହୀ, ଶିକ୍ଷକ ମକରଧ୍ୱଜ ପାଢୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଆଇନର ମୌଳିକ ବିଷୟମାନ ଏବଂ ଏହାର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥିଲା । ଏହାସହିତ ଆଇନସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ହେଉଥିବା ମୁକ୍ତ ଆଇନବୋ ଗୁଡିକ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ଆଇନ ସେଚତନତା ଶିବିର ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅଭିନାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
Comments are closed.