କେଲୁଆପଲ୍ଲୀ ପଞ୍ଚାୟତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଲାଗି ମନୋନୀତ
ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲ୍ଲୀ ପଞ୍ଚାୟତ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତି କରଣ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ଏହି ପୁରସ୍କାର ପାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ସମେତ ସାରୁ ଓ କେଲୁଆପଲ୍ଲୀ ପଞ୍ଚାୟତ ମନୋନୀତ ହୋଇଥିବା ପିଡି ଡିଆରଡିଏ ପକ୍ଷରୁ ସୂଚନା ଦିଆଯାଇଛି । ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲ୍ଳୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରିୟା ନାୟକଙ୍କ କାର୍ଯ୍ୟକଳ ସମୟରେ ଏହି ପଞ୍ଚାୟତର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଖେଳ ପଡ଼ିଆ ଉନ୍ନତି କରଣ, କଲ୍ୟାଣ ମଣ୍ଡପ, ଶିଶୁ ଉଦ୍ୟାନ, ଉଚ୍ଚ ମାନ୍ନର ସେବା ଓ କାର୍ଯ୍ୟ ପ୍ରଦାନ କରିବା ସହ ଗ୍ରାମ ପଞ୍ଚାୟତସ୍ତରୀୟ ଆୟ ବୃଦ୍ଧି କରିବା କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୋଗୁଁ ଏହି ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଏହା ସହ ଜିଲା ପ୍ରଶାସନ ପକ୍ଷରୁ ଉର୍ଜା ୩.୦ କାର୍ଯ୍ୟକ୍ରମରେ କେଲୁଆପଲ୍ଳୀ ପଞ୍ଚାୟତ ବିଷ୍ଣୁ ପ୍ରିୟାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ପୁଣି ୨୦୨୨ରେ କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ସଶକ୍ତି କରଣ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏହି ବ୍ଲକକୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯିବ। ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକ୍ରମ ନୁଆଦିଲ୍ଳୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ହୋଇଥାଏ ଏଥିରେ ଶ୍ରେଷ୍ଠ ପଞ୍ଚାୟତକୁ ପଞ୍ଚାୟତର ସର୍ବାଙ୍ଗିନ ଉନ୍ନତୀ ପାଇଁ ୧୨ ଲକ୍ଷ ଟଙ୍କାରେ ପୁରସ୍କୃତ କରାଯାଏ।
Comments are closed.