ପୁଣି ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ
ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଗତ ୩ ଦିନ ମଧ୍ୟରେ ସୋନିଆଙ୍କ ସହିତ ପ୍ରଶାନ୍ତଙ୍କର ଏହା ଦ୍ବିତୀୟ ସାକ୍ଷାତ। ସୋନିଆଙ୍କ ୧୦ ଜନପଥ ବାସଭବନରେ ହୋଇଥିବା ସାକ୍ଷାତ କାଳରେ କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ, ମୁକୁଲ ୱାସନିକ୍, ରଣଦୀପ ସୂର୍ଯ୍ୟୱାଲା, କେସି ବେଣୁଗୋପାଳ ଓ ଅମ୍ବିକା ସୋନି ପ୍ରମୁଖ ଉପସ୍ଥିତ ଥିଲେ। ସୋନିଆଙ୍କୁ ସାକ୍ଷାତ ପରେ ପ୍ରଶାନ୍ତ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ମଧ୍ୟ ଭେଟିଥିଲେ। ଏହା ପୂର୍ବରୁ ଶନିବାର ସୋନିଆ ଓ ପ୍ରଶାନ୍ତଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ବରେ ପରିବର୍ତ୍ତନ ପାଇଁ ବିଚାର କରାଯାଉଛି। ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାରେ ନୂଆ ନେତୃତ୍ବରେ କଂଗ୍ରେସ ନିର୍ବାଚନ ଲଢିବାକୁ ଯୋଜନା କରିଛି। ଆଉ ମଧ୍ୟ ୨୦୨୪ ପୂର୍ବରୁ ପ୍ରଶାନ୍ତ କଂଗ୍ରେସରେ ଯୋଗ ଦେବା ନେଇ ଆଲୋଚନା ହେଉଛି। କଂଗ୍ରେସରେ ପ୍ରଶାନ୍ତଙ୍କ ଭୂମିକାକୁ ନେଇ ବିବାଦ ସୃଷ୍ଟି ହୋଇଛି ା ଦଳର ଗୋଟିଏ ଗୋଷ୍ଠୀ ଏଥିନେଇ ପ୍ରଶ୍ନ ଉଠାଇଥିବାବେଳେ ପ୍ରଶାନ୍ତଙ୍କୁ ବିରୋଧ କରୁଥିବା ସୂଚନା ମିଳିଛି ା ପ୍ରଶାନ୍ତଙ୍କ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ପାଇଁ ଏମାନେ ମତ ଦେଇଛନ୍ତି ା
Comments are closed.