ବିଲକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଗୋଡ଼ଭଗାରୁ ସୋନପୁରକୁ ସଂଯୋଗ କରୁଥିବା ୫୪ନଂ ରାଜ୍ୟ ରାଜପଥରେ ପୁଣି ଦୁର୍ଘଟଣା। କୁଜାପାଲି ଛକ ପାଖରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇଛି । ଭାଗ୍ୟ ବଶତଃ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ସୋନପୁରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ହରିଓମ୍ ନାମକ ଏକ ବସ୍ର ଆଗ ଚକ ଫାଟିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ବିଲ ଭିତରକୁ ବସ୍ଟି ପଶିଯାଇଥିଲା । ବସ୍ରେ ପ୍ରାୟ ୬୦ ଜଣ ଯାତ୍ରୀ ଯାଉଥିବା ବେଳେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଏନେଇ ଖବର ପାଇବା ପରେ ଗୋଡ଼ଭଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
Comments are closed.