ଭୁର୍ଟିଗଡ଼ ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ : ଭାଙ୍ଗିଲା ଗଛ, ଉଡ଼ିଲା ଛାତ, ରାସ୍ତା ଅବରୋଧ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ଼ତୋଫାନ ଯୋଗୁଁ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ଅଞ୍ଚଳର ୨୦ରୁ ଅଧିକ ଘରର ଖପର, ଆଜବେଷ୍ଟସ ଉଡ଼ିଯାଇଥିବାବେଳେ ଅନେକ ଘର ଭାଙ୍ଗିଯାଇଛି । ସେହିପରି ପଞ୍ଚାୟତର ଦଶରୁ ଉର୍ଦ୍ଧ୍ୱ ସ୍ଥାନରେ ବଡବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡିଯିବାରୁ ସ୍ତା ଅବରୋଧ ହୋଇ ରହିଛି। ତେବେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଗଛକାଟି ରାସ୍ତା ଅବରୋଧ ହଟାଉଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ଖବର ପାଇ ଭୁର୍ଟିଗଡ ସମିତି ସଦସ୍ୟା ଶ୍ରୀଦେବୀ ମହାନନ୍ଦ ବିଭିନ୍ନ ଗାଁ ବୁଲିବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଆଶ୍ୱାସନା ଦେଇଛନ୍ତି ।

Comments are closed.