www.samajalive.in
Sunday, December 7, 2025
14.1 C
Bhubaneswar

ମାହାଙ୍ଗା ଗଣହତ୍ୟା: ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା: ବହୁ ଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ୫ ମୃତକଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଶବ ଗୁଡିକର ଦେହର ବିଭିନ୍ନ ଅଙ୍ଗରେ କ୍ଷତ ଚିହ୍ନ ରହିଥିବା କୁହାଯାଇଛି । ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା କ୍ଷତରୁ ସ୍ପଷ୍ଟ ଚିହ୍ନଟ ହୋଇଛି । ତାହା ସହ ହତ୍ୟାକାଣ୍ଡ ସମୟରେ ସମସ୍ତ ବ୍ୟକ୍ତି ପ୍ରତିରୋଧ କରିଥିବା ମଧ୍ୟ ରିପୋର୍ଟରେ ସୂଚନା ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ହତ୍ୟା ବେଳେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇନାହିଁ । ଏନେଇ କଟକ ଗ୍ରାମାଞ୍ଚଳ ପୁଲିସ ସୂଚନା ଦେଇଛି ।

ସୂଚନାଥାଉକି ଗତ ୧୨ତାରିଖରେ ମାହାଙ୍ଗା କୁସୁପୁରରେ ଗଣହତ୍ୟା ହୋଇଥିଲା । ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିଲା ସାନଭାଇ । ଅଭିଯୁକ୍ତ ସାନଭାଇ ଶିବ ସାହୁ ବଡ଼ଭାଇର ପୁରା ପରିବାର ଅର୍ଥାତ୍‌ ବଡ଼ ଭାଇ, ଭାଉଜ, ଝିଆରୀ ଓ ଦୁଇ ପୁତୁରାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ  ଆତ୍ମସମର୍ପଣ କରିଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଅଭିଯୁକ୍ତ ଶିବ ପ୍ରସାଦ ସାହୁ ଏକ ଭିଡିଓ କରି ହତ୍ୟା କରିଥିବା ସ୍ୱୀକାର କରିଥିଲା ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories