www.samajalive.in
Saturday, December 6, 2025
23.1 C
Bhubaneswar

୫୫ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ; ୟୁକ୍ରେନ୍‌ ଉପରେ ପରମାଣୁ ପକାଇବ ରୁଷ !

କିଭ୍‌: ଥମୁନି ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ଆଜି ଯୁଦ୍ଧର ୫୫ ଦିନରେ ମଧ୍ୟ ଲଢ଼େଇ ଜାରି ରହିଛି । ଦୁଇ ଦେଶର ଯୁଦ୍ଧ ଉପରେ ରୋକ୍‌ ଲଗାଇବାକୁ ଅନେକ ଦେଶ ଅପିଲ କରିଛନ୍ତି । ହେଲେ କୌଣସି ସ୍ଥାୟୀ ସାମାଧାନ ବାହାରିନାହିଁ । ରୁଷ ୟୁକ୍ରେନ୍‌ ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍‌ ମଧ୍ୟ ରୁଷ ଉପରେ ପ୍ରତି ଆକ୍ରମଣ କରୁଛି । ଏହାରି ଭିତରେ ରୁଷ ଦାବି କରିଛି ମାରିୟୁପୋଲ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ରୁଷର ଏହି ଦାବିକୁ ମଧ୍ୟ ସ୍ୱୀକାର କରିଛି ୟୁକ୍ରେନ୍‌ । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ମାରିୟୁପୋଲରେ ପରିସ୍ଥିତି ସଙ୍ଗୀନ ରହିଛି । ହେଲେ ଆମେ ରୁଷ ସୈନିକଙ୍କୁ ଠିକ୍‌ ଉତ୍ତର ଦେଇଛୁ ।

ସେପଟେ ରୁଷ ଖୁବଶୀଘ୍ର ୟୁକ୍ରେନ ଉପରେ ‘ପରମାଣୁ’ ଆକ୍ରମଣ ଆରମ୍ଭ କରିପାରେ । ଏନେଇ ଅନୁମାନ କରାଯାଉଛି । ରୁଷ ଏନେଇ ୟୁକ୍ରେନ୍‌କୁ ଚେତାବନୀ ଦେବା ସହ ପୁଟିନଙ୍କ ଏହି ସମ୍ଭାବନା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ବାଧ୍ୟ କରୁଛି । ଖାଲି ସେତିକି ନୁ​‌ହେଁ ରୁଷ ୟୁକ୍ରେନ୍‌ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିବା ନେଇ ମଧ୍ୟ କହିଛି ।

- Advertisement -

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌ ଗସ୍ତକୁ ବାତିଲ କରିଛନ୍ତି । ଏନେଇ ହ୍ୱାଇଟ୍‌ ହାଉସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ୟୁକ୍ରେନ୍‌ ଗସ୍ତ କରିବେ ନାହିଁ ବାଇଡେନ୍‌ । ରୁଷ-ୟୁକ୍ରେନ୍‌ ୟୁଦ୍ଧର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ବିଡେନଙ୍କୁ କହିଥିଲେ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories