www.samajalive.in
Saturday, December 6, 2025
19.1 C
Bhubaneswar

ଡାକ୍ତରଖାନାରେ ଆହତ ଯବାନଙ୍କ ଦମ୍ଭୋକ୍ତି; ମୁଁ ମାରିବି ଆତଙ୍କବାଦୀଙ୍କୁ.. ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଳୀ: ଡାକ୍ତରଖାନା ଶଯ୍ୟାରେ ଦମ୍ଭ ଦେଖାଇଲେ ଆହତ ଯବାନ । ନିଜର ଆହତ ସ​ତ୍ତ୍ବେ ବି ଡାକ୍ତରଖାନାର ଶଯ୍ୟାରେ ଆତଙ୍କବାଦୀଙ୍କୁ ଜବାବ ଦିଆଯିବା ନେଇ କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭାଇରାଲ ହେଉଥିବା ଏକ ଛୋଟିଆ ଭିଡିଓରେ ଲେଫ୍ଟନାଣ୍ଟ ଜେନେରାଲ ଏବଂ ଜଣେ ଆହତ ସୁରକ୍ଷାକର୍ମୀ ଦେଖିବାକୁ ମିଳୁଛନ୍ତି ।

ଭିଡିଓଟିରେ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ଆହତ ଥିବା ଯବାନ ନିରଞ୍ଜନ କିଛି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି । ନିଜର ସ୍ୱାସ୍ଥ୍ୟାବସ୍ଥା ଖରାପଥିବା କାରଣରୁ ତାଙ୍କ କଥା ସ୍ପଷ୍ଟ ହେଉନଥିବା ମଧ୍ୟ ଦେଖିବାକୁ ମିଳୁଛି । ଆହତ ଯବାନ ଜଣକ କହୁଛନ୍ତି ମୁଁ ଠିକ୍‌ ଅଛି । ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ । ତାଙ୍କୁ ମୁଁ ମାରିବି । ମତେ ବହୁତ ରାଗ ଆସୁଛି । ଏହି କଥା ଶୁଣିବା ପରେ ଲେଫ୍ଟନାଣ୍ଟ ଜେନେରାଲ କହୁଛନ୍ତି ରାଗ ଆସୁଛି ତ ବହୁତ ଭଲକଥା । ତୁମେ ଖୁବ୍‌ଶୀଘ୍ର ଠିକ୍‌ ହୋଇଯିବ । ତୁମେ କହିଥିଲ ତାଙ୍କୁ ମରିଦିଅ ଆମେ ସେହି ଦୁଇ ଆତଙ୍କବାଦୀଙ୍କୁ ମାରି ଦେଇଛୁ । ଏହିକଥା ଶୁଣିବା ମାତ୍ରେ ଆହତ ଯବାନଙ୍କ ବହୁତ ଖୁସି ହେଉଯାଇଥିବା ଦେଖିବାକୁ ମିଳିଛନ୍ତି ।

- Advertisement -

ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ସାଧାରଣ ଲୋକ ମଧ୍ୟ ପ୍ରତିକ୍ରିୟା ରଖୁଥିବା ଦେଖିବାକୁ ମିଳିଛି । । ଲୋକମାନେ ଆହତ ପୋଲିସ କର୍ମଚାରୀଙ୍କ ଆତ୍ମା ​​ସହିତ ଲେଫ୍ଟ ଜେନେରାଲ ଡି.ପି ପାଣ୍ଡେଙ୍କୁ ବହୁତ ପ୍ରଶଂସା କରୁଛନ୍ତି | ଅନେକ ଲୋକ ଆହତ ଯବାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଅନ୍ୟଜଣେ ୟୁଜର୍ସ ଆମର ପ୍ରକୃତ ହିରୋ, ଡିପି ସାର୍ଙ୍କୁ ବଡ ଅଭିବାଦନ ବୋଲି ମଧ୍ୟ ଲେଖିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories