ଲଖନଉ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଧାରୁଆ ଅସ୍ତ୍ରରେ ଗୋଟିଏ ପରିବାରର ୫ ଜଣଙ୍କୁ ନୃଂଶସ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଦମ୍ପତିଙ୍କ ସମେତ ୩ ଶିଶୁ ରହିଛନ୍ତି। ୩ ଶିଶୁଙ୍କ ବୟସ ୧୨ ,୭ ଓ ୫ ବର୍ଷ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ପ୍ରୟାଗରାଜର ନବାବଗଞ୍ଜ ଥାନା ଅନ୍ତର୍ଗତ ଖାଗଲପୁର ଗାଁରେ ଶନିବାର ଦିନ ଗୋଟିଏ ପରିବାରର ୫ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ପ୍ରୟାଗରାଜରେ ଚାଞ୍ଚଲ୍ୟ ; ଗୋଟିଏ ପରିବାରର ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା
Popular Categories



