www.samajalive.in
Saturday, December 6, 2025
16.1 C
Bhubaneswar

ପହିଲାରୁ ସକାଳୁଆ ପାଠପଢା; ଜୁନ ୬ରୁ ୧୬ ଯାଏଁ ଖରାଛୁଟି

ଭୁବନେଶ୍ୱର : ଚଳିତ ବର୍ଷ ଜୁନ୍‍ ୬ରୁ ଜୁନ୍‍ ୧୬ ଯାଏଁ ପିଲାଙ୍କୁ ମିଳିବ ଖରାଛୁଟି। ଦୀର୍ଘ ୨ ବର୍ଷ ହେବ କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ୨ ମାସ ହେବ ଖୋଲିଛି। ପିଲାଙ୍କ ପାଠପଢା ପାଇଁ ସ୍କୁଲରେ ଖରାଛୁଟି କାଟବାଣ୍ଟ ନିଷ୍ପତ୍ତି ନିଆଯାଇଛି। ଜୁନ୍‍ ୬ରୁ ୧୬ ଯାଏଁ ଖରାଛୁଟି ମିଳିବା ନେଇ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ। ଏହାସହ ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍‍ ୫ ପର୍ଯ୍ୟନ୍ତ ସକାଳ ୬ଟା ରୁ ୯ଟା ଯାଏଁ ସ୍କୁଲରେ ପାଠ ପଢାଯିବ। ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଉର୍ତ୍ତୀର୍ଣ୍ଣ କରାଯିବ। ଏପ୍ରିଲ ୨୦ ରୁ ୩୦ ପ୍ରଥମରୁ ନବମ ନୂତନ ନାମଲେଖା ଓ ପୁନଃ-ନାମଲେଖା ପ୍ରକିୟା କରାଯିବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories