ପ୍ରତିଶ୍ରୁତି ରଖିଲା ଆପ୍; ଦିଲ୍ଳୀ ପରେ ପଞ୍ଜାବରେ ଏବେ ମାଗଣା ବିଜୁଳି
ନୂଆଦିଲ୍ଲୀ: ବିଜଳିକୁ ନେଇ ଆପ୍ ସରକାରଙ୍କ ଆଉ ଏକ ପଦକ୍ଷେପ । ରାଜଧାନୀ ନୂଆଦିଲ୍ଲୀ ପରେ ପଞ୍ଜାବରେ ମାଗଣା ବିଜୁଳି ଘୋଷଣା କରିଛନ୍ତି ଆପ୍ ସରକାର । ପ୍ରତିଟି ଘରକୁ ୩ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇବାକୁ ସରକାର ଘୋଷଣା କରିଥିବା ବେଳେ ଏହାର ଲାଭ ଉଠାଇବେ ପଞ୍ଜାବବାସୀ । ଜୁଲଇ ୧ରୁ ପ୍ରତି ଘରକୁ ବିଜୁଳି ଯୋଗାଇବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଯାହାଦ୍ବାରା ପଞ୍ଜାବବାସୀ ଉପକୃତ ହୋଇପାରିବେ ।
ସୂଚନାଥାଉକି ବିଧାନସଭା ନିର୍ବାଚନ ସମୟରେ ଆପ୍ ସରକାର ପଞ୍ଜାବରେ ସରକାର ଗଢ଼ିଲେ ପ୍ରତ୍ୟେକ ଘରକୁ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଯାହା ବର୍ତ୍ତମାନ ପୂରଣ କରିଛନ୍ତି ।
Comments are closed.