www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ୟୁକ୍ରେନର ୯/୧୧ ପରି ଆକ୍ରମଣ, ରୁଷରେ ଶିଶୁ ସମେତ ୬ ମୃତ

ନୂଆଦିଲ୍ଲୀ : ରୁଷ ଉପରେ ୟୁକ୍ରେନର ୯/୧୧ ଭଳି ହୋଇଥିବା ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି । ଏହାସହ ୧୦ ଜଣ ଗୁରୁତର ହୋଇଛନ୍ତି । ରୁଷିଆର କୁର୍ସ୍କ ଅଞ୍ଚଳରେ ଥିବା ରିଲ୍‌ସ୍କ ସହରରେ ଏହି ଆକ୍ରମଣ ହୋଇଛି । ଏହାସହ କାଜାନରେ ଡ୍ରୋନ୍‌ ଆକ୍ରମଣ ପାଇଁ ବିମାନବନ୍ଦରରେ ଉଡାଣ ବନ୍ଦ ରହିଛି । ପାଲଟା ଆକ୍ରମଣ ପାଇଁ ସେପଟେ ପ୍ରସ୍ତୁତ ହେଉଛି ରୁଷ ।

ବାସ୍ତୁ ଦୋଷ: ଜାଣନ୍ତୁ ପତି-ପତ୍ନୀ ମଧ୍ୟରେ କଳହର କାରଣ ଖଟ ନୁହେଁ ତ, ବାସ୍‌ ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

- Advertisement -


ସୂଚନାନୁଯାୟୀ, ରୁଷରେ ହୋଇଛି ୯/୧୧ ପରି ଆକ୍ରମଣ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଯେପରି ଆକ୍ରମଣ ହୋଇଥିଲା, ଠିକ ସେହିପରି ଆକ୍ରମଣ ହୋଇଛି ରୁଷ ଉପରେ। ଏହି ଆକ୍ରମଣ କରିଛି ୟୁକ୍ରେନ। ତଫାତ ଏହା ଯେ, ଡବ୍ଲ୍ୟୁଟିସିରେ ଆତଙ୍କବାଦୀ ବିମାନ ଦ୍ଵାରା ଆକ୍ରମଣ କରିଥିବାବେଳେ ଏଠାରେ ୟୁକ୍ରେନ ଡ୍ରୋନକୁ ବ୍ୟବହାର କରିଛି। ବିସ୍ଫୋରକ ଭର୍ତ୍ତି ଡ୍ରୋନ ସହାୟତାରେ ୟୁକ୍ରେନ ରୁଷର କାଜାନ ସହରରେ ଥିବା ଏକାଧିକ ବହୁତଳ ବିଶିଷ୍ଟ କୋଠାରେ ବିସ୍ଫୋରଣ ଘଟାଇଛି। ଯାହାର ଭୟଙ୍କର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଆକ୍ରମଣର ଭିଡିଓ ଘୂରି ବୁଲୁଛି।

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories