www.samajalive.in
Monday, December 8, 2025
27.1 C
Bhubaneswar

ନୂଆବର୍ଷ ୨୦୨୫ର ପ୍ରଥମ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ : ବୁଧ-ସୂର୍ଯ୍ୟ ଏକାଠି ହୋଇ ଏହି ରାଶିଙ୍କୁ କରିବେ ମାଲାମାଲ୍‌, ଭାଗ୍ୟଶାଳୀ..

ନୂଆବର୍ଷ ୨୦୨୫ର ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ବର୍ଷର ଆରମ୍ଭରେ ହିଁ ଗ୍ରହଙ୍କ ରାଜକୁମାର ବୁଧ ରାଶିରେ ଚଳନ କରିବେ । ୪ ଜାନୁଆରୀରେ ବୁଧ ଗ୍ରହ ଧନୁ ରାଶିରେ ଚଳନ କରିବେ । ବୁଧଙ୍କ ସହ ଧନୁ ରାଶିରେ ସୂର୍ଯ୍ୟଦେବ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ଏହି ୨ ଶୁଭ ଗ୍ରହ ମିଶି ବର୍ଷର ପ୍ରଥମ ମାସରେ ହିଁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍‌ କରିବେ । ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ବଡ ସଫଳତା ପାଇବା ସହ ଅନେକ ଉନ୍ନତି କରିବେ । ବ୍ୟବସାୟୀ ଅଧିକ ଲାଭବାନ୍‌ ହେବେ । ଜ୍ଞାପ ପ୍ରାପ୍ତି ହେବା ସହ ସଫଳତା ପାଇବେ । ଜାଣନ୍ତୁ ନୂଆବର୍ଷ ଆରମ୍ଭ ପରେ ପ୍ରଥମ ମାସରେ ହିଁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧଙ୍କ ଚଳନ ନବମ ସ୍ଥାନରେ ହେବାକୁ ଯାଉଛି । ଏମାନେ ନିଜ ପିତାଙ୍କ ସହାୟତାରେ ବଡ ସଫଳତା ପାଇବେ । ପରିଶ୍ରମ ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପାଇବେ । ବଡ ଉପଲବ୍ଧି ହାସଲ କରିବେ । ବ୍ୟବସାୟୀ ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ସଫଳତା ପାଇବେ । ମନ ଖୁସି ରହିବ ।

- Advertisement -

ମିଥୁନ – ଏହି ରାଶିଙ୍କ ଜାତକରେ ସପ୍ତମ ଭାଗରେ ବୁଧଙ୍କ ଚଳନ ହେବାକୁ ଯାଉଛି । ବୁଧ ମିଥୁନ ରାଶିଙ୍କ ସ୍ୱାମୀ । ତେଣୁ ବୁଧଙ୍କ ଚଳନ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହେବ । ପରିବାର ସଦସ୍ୟ ଓ ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ । ଯାତ୍ରା କରିବାର ଯୋଗ ରହିଛି । ଯାତ୍ରା ଦ୍ୱାରା ଲାଭବାନ୍‌ ହେବେ । ବ୍ୟବସାୟୀ ବିଶେଷ ଭାବେ ଲାଭବାନ୍‌ ହେବେ ।

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧ ପଞ୍ଚମ ସ୍ଥାନରେ ରହିବେ । କର୍ମକ୍ଷେତ୍ରରେ ସନ୍ତୁଷ୍ଟ ରହିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧ ପ୍ରଥମ ସ୍ଥାନରେ ରହିବେ । ଏମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଭାଗ୍ୟର ସାଥ୍‌ ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ପରିବାର ସଦସ୍ୟଙ୍କ ଦ୍ୱାରା ଲାଭବାନ୍‌ ହେବେ ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧ ଦଶମ ସ୍ଥାନରେ ରହିବେ । ଯାତ୍ରାର କରିବାର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ ।

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories