www.samajalive.in
Sunday, December 7, 2025
18.1 C
Bhubaneswar

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

ପ୍ରତ୍ୟେକଙ୍କ ଜୀବନରେ ବିବାହ ସଠିକ୍‌ ସମୟରେ ନହୋଇପାରିଲେ ଓ ଆର୍ଥିକ ସମସ୍ୟା ଲାଗି ରହିଲେ ଏହା ଚିନ୍ତାର କାରଣ ପାଲଟିଥାଏ । ମାନସିକ ଅଶାନ୍ତି ଏଥିପାଇଁ ବୃଦ୍ଧି ହୋଇଥାଏ । ଅନେକ ଲୋକେ ଏହି ସମସ୍ୟାରେ ଗତି କରି ଥାଆନ୍ତି । ଏହି ୨ଟି ମୁଖ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ କିଛି ସରଳ ଉପାୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଗୁରୁବାର ହେଉଛି ଏହି ୨ଟି ସମସ୍ୟାର ସମାଧାନ । ଗୁରୁବାର କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି । ଜ୍ୟୋତିଷ ଓ ଧାର୍ମିକ ଦୃଷ୍ଟି କୋଣରୁ ଗୁରୁବାର ଭଗବାନ ବିଷ୍ଣୁ ଓ ବୃହସ୍ପତି ଗ୍ରହଙ୍କ ଦିନ ବୋଲି କୁହାଯାଏ। ଏହି ଦିନ କାରଣରୁ ଜୀବନରେ ଶୁଭଫଳ ଓ ସମୃଦ୍ଧି ଆଣିବାର ବିଶେଷ ମହତ୍ତ୍ୱ ରହିଛି।

ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାଚ୍ଚର୍ନା କରନ୍ତୁ । ସ୍ନାନ ପରେ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁ ଓ ମା’ଳକ୍ଷ୍ମୀଙ୍କ ନିକଟରେ ଘିଅର ଦୀପ ଲଗାନ୍ତୁ । ପ୍ରଭୁଙ୍କୁ ହଳଦିଆ ଫୁଲ, ଚଣା ଓ ଗୁଡ ଭୋଗ କରନ୍ତୁ । ବିଷ୍ଣୁଙ୍କ ସରଳ ମନ୍ତ୍ର ଜପ କରନ୍ତୁ । ବିଷ୍ଣୁ ସହସ୍ରନାମ ଓ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ । ଏହାଦ୍ୱାରା ବିବାହରେ ଆସୁଥିବା ବାଧା, ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ । ଧନ ଅଭାବ ଦୂର ହୋଇ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ।

- Advertisement -

ଗୁରୁବାର ଦିନ ବ୍ରତ ପାଳନ କରନ୍ତୁ । ଏହାର ଜୀବନରେ ଖୁବ୍‌ ସକରାତ୍ମକ ପ୍ରଭାବ ପଡିଥାଏ । ଏହି ଦିନ ହଳଦିଆ ଖାଦ୍ୟ ଯେପରି ଚଣା, ବେସନ ଲଡୁ, ଖେଚେଡି ଖାଇ ପାରିବେ । ଲୁଣ ସେବନ କରନ୍ତୁ ନାହିଁ । ଫଳରେ ଭଗବାନ ବିଷ୍ଣୁ ଓ ବୃହସ୍ପତିଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହାଦ୍ୱାରା ଶୀଘ୍ର ବିବାହ ସ୍ଥିର ହେବା ସହ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ହଠାତ୍‌ ଧନ ମିଳେ।

୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

ଗୁରୁବାର ଦିନ କଦଳୀ ବୃକ୍ଷର ପୂଜା କରନ୍ତୁ । ଏହାର ବିଶେଷ ମହତ୍ତ୍ୱ ରହିଛି । କଦଳୀ ବୃକ୍ଷ ନିକଟରେ ଜଳ ଅର୍ପଣ କରିବା ସହ ହଳଦୀର ତିଳକ ଲଗାନ୍ତୁ। ‘ଓଁ ବୃହସ୍ପତୟେ ନମଃ’ ମନ୍ତ୍ରର ୧୦୮ ଥର ଜପ କରନ୍ତୁ । କିଛି ସମୟ କଦଳୀ ବୃକ୍ଷ ତଳେ ବସି ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ପ୍ରାର୍ଥନା କରନ୍ତୁ । ଏହାଦ୍ୱାରା ଜାତକରେ ବୃହସ୍ପତି ଗ୍ରହ ମଜଭୁତ ହେବା ସହ ବିବାହରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

ଏହି ଦିନ ଅସହାୟଙ୍କୁ ହଳଦିଆ ରଙ୍ଗର ଜିନିଷ ଚଣା ଡାଲି, ଗୁଡ, ହଳଦିଆ ବସ୍ତ୍ର କିମ୍ବା କଦଳୀ ଦାନ କରନ୍ତୁ । ଏହା ଦାନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ବାସ୍ତୁ ନିୟମ ; ଘରେ କେଉଁଠି ରଖିଲେ ପିତ୍ତଳ କଇଁଛ, ମା’ଲକ୍ଷ୍ମୀ ବର୍ଷଯାକ କରିବେ ଧନବର୍ଷା, ନଚେତ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ବୃହସ୍ପତି ଗ୍ରହ ଦୁର୍ବଳ ହେବା ଦ୍ୱାରା ବିବାହ ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ । ତେଣୁ ଏହି ଉପାୟରେ ଶୁଭଫଳ ମିଳିଥାଏ।
ଏହି ଦିନ କାହାକୁ କଟୁ କଥା କହିବା, ମିଥ୍ୟା କହିବା, ଆମିଷ ଖାଦ୍ୟ ଆଦୌ ସେବନ କରନ୍ତୁ ନାହିଁ । ଗୁରୁଙ୍କୁ ସମ୍ମାନ କରନ୍ତୁ ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories