ମହୋତ୍ସବରେ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ଅଞ୍ଚଳର କଳା, ସଂସ୍କୃତି, ସାହିତ୍ୟ, ଲୋକକଳାର ପ୍ରସାର ପ୍ରଚାର ଏବଂ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଆଠଗଡ ମହୋତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଗତ ୧୮ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଦୁଇଟି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କଳା ଅନୁଷ୍ଠାନଗୁଡିକ ପକ୍ଷରୁ ଚିତାକର୍ଷକ ନୃତ୍ୟ, ସଂଗୀତ ଓ ପାରମ୍ପରିକ ଲୋକକଳା ପରିବେଷଣ କରାଯାଇଥିଲା । ପ୍ରଥମ ଦୁଇଦିନରେ ଶିକ୍ଷାନୁଷ୍ଠାନ ଗୁଡିକର ମଧ୍ୟରେ ଆଠଗଡ ସହରର ରାସରସିକପୁର ସରସ୍ଵତୀ ଶିଶୁମନ୍ଦିର, ସେଣ୍ଟ ଜାଭିଅର୍ସ ହାଇସ୍କୁଲ, ରାସରସିକପୁର ୟୁଜିୟୁପି ସ୍କୁଲ, ବିଶ୍ଵନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଗୋପବନ୍ଧୁ ମହିଳା କନିଷ୍ଠ କଲେଜ, କୁଲାଇଲୋସ୍ଥିତ ଆଦର୍ଶ ବିଦ୍ୟାଳୟ, କନ୍ଦରପୁର ହାଇସ୍କୁଲ, କୁମାରପୁର ହାଇସ୍କୁଲ, ଧାଇପୁର ନୋଡାଲ ହାଇସ୍କୁଲ, ମେଘା ବିଶେଶ୍ଵର ପ୍ରକଳ୍ପ ହାଇସ୍କୁଲ, ଧବଳେଶ୍ଵର ନର୍ସିଂ କଲେଜ, ଖମାର ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉଚ୍ଚକୋଟୀର ଦଳଗତ ନୃତ୍ୟ ପ୍ରଦର୍ଶନ କରିଥିଲେ । ସେହିପରି କଳା ଅନୁଷ୍ଠାନଗୁଡିକ ମଧ୍ୟରେ ଆଠଗଡର ଓଁକାର ଡ୍ୟାନ୍ସ ଗ୍ରୁପ, ବଲିଉଡ ଡ୍ୟନ୍ସ ଏକାଡେମୀ, ଏବିସିଡି ଡ୍ୟାନ୍ସ ଗ୍ରୁପ, ରାଧାକୃଷ୍ଣ ନୃତ୍ୟାଳୟ ଓ ତିଗିରିଆର ପ୍ରସନ୍ନମଣି ନୃତ୍ୟ ବିଦ୍ୟାଳୟର କଳାକାର ମନମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ଏହାଛଡା ନୂଆବନ୍ଧର ପାଲା ଗାୟିକା ସୌଦାମିନୀ ସାହୁ ଓ ସାଥୀ ମହିଳା ପାଲା, ଲକ୍ଷ୍ମୀନାରାୟଣପୁରର ଗୁରୁ ଗିରିଧାରୀ ପ୍ରଧାନ ଓ ସାଥୀ ଏବଂ ସୋମନାଥପୁର ଯାଦବ ସମାଜ ପକ୍ଷରୁ ପାରମ୍ପରିକ ଲଉଡି ଖେଳ ପ୍ରଦର୍ଶନ କରାଯାଇଥିଲା। ବିଶିଷ୍ଟ ଉଦଘୋଷକ ଶିକ୍ଷାବିତ ନବକିଶୋର ରାଉତ, ବିବେକ ପ୍ରଧାନ ଓ ଅମିତ କୁମାର ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Comments are closed.