www.samajalive.in
Saturday, December 6, 2025
26.1 C
Bhubaneswar

ମହିଳା ସୁରକ୍ଷା କର୍ମୀଙ୍କୁ ବିବାହ ନାଁରେ ବଳାତ୍କାର: ତହସିଲ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ସୁରକ୍ଷା କର୍ମୀ(ସିକ୍ୟୁରିଟି ଗାର୍ଡ଼)ଙ୍କୁ ବ୍ଲାକମେଲିଂ କରି ବଳାତ୍କାର କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ତହସିଲ କର୍ମଚାରୀଙ୍କୁ ଗିରଫ କରିଛି । ନୀଳଗିରି ଥାନା ଅଧୀନ ତିନିଦେଶ ଗାଁର  ସ୍ଥାନୀୟ ତହସିଲର ଠିକା କର୍ମଚାରୀ ରିଙ୍କୁ ଓରଫ ଆଲୋକ ପଣ୍ଡା  ପ୍ରାୟ ବର୍ଷେ ତଳୁ ସ୍ଥାନୀୟ ଜଣେ ମହିଳା ସୁରକ୍ଷା କର୍ମୀଙ୍କ ସହ ସମ୍ପର୍କରେ ଥିଲେ । ଉଭୟେ ୨୦୨୩ ମସିହା ଅଗଷ୍ଟ ମାସରେ ବାଲେଶ୍ୱର ନୋଟାରିରେ ବିବାହ କରିଥିଲେ । କିନ୍ତୁ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ବ୍ଲାକମେଲିଂ କରୁଥିଲେ ଏବଂ ବାରମ୍ବାର ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ ବୋଲି ସୁରକ୍ଷା କର୍ମୀ ଜଣକ ଅଭିଯୋଗ କରିଛନ୍ତି । ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ତହସିଲ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଆଜି ଉଭୟଙ୍କ ଡାକ୍ତରୀମାଇନା କରାଯିବା ପରେ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ କହିଛନ୍ତି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories