www.samajalive.in
Saturday, December 6, 2025
19.1 C
Bhubaneswar

ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ଅକାଳ ମୃତ୍ୟୁ

ନୀଳଗିରି: ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ଅକାଳ ମୃତ୍ୟୁ। ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ପରିଭ୍ରମଣରେ ଆସିଥିବା ଜଣେ ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ହୃଦଘାତରେ ଅକାଳ ମୃତ୍ୟୁ ଘଟିଛି । ପଞ୍ଚଲିଙ୍ଗେଶ୍ୱର ଦର୍ଶନ ସାରି ବସରେ ଫେରୁଥିବା ପଶ୍ଚିମବଙ୍ଗ ମେଦିନାପୁର ଜିଲା ଖଡ଼ଗପୁର ଅଞ୍ଚଳର ଛାୟା ରଣା ନାମକ ପର୍ଯ୍ୟଟକ ନୀଳଗିରିରେ ହଠାତ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ବସରେ ବସିଥିବା ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଆଜି ମୃତଦେହ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories