ରସାୟନ ବିଜ୍ଞାନ ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ
ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବିଜୁ ପଟନାୟକ ଅଡ଼ିଟୋରିୟମ ହଲ ଠାରେ ଦୁଇ ଦିନ ଧରି ଚାଲିଥିବା ରସାୟନ ବିଜ୍ଞାନ ବିଭାଗର ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଛି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧକ୍ଷତା କରିବା ସହ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଖ୍ୟାତିନାମା ବୈଜ୍ଞାନିକ ମାନଙ୍କ ସନ୍ଦର୍ଭ ପାଠ କରିବା ସହ ଶୀର୍ଷକ ସ୍ଥାୟୀ ରସାୟନ ଜୈବିକ ପ୍ରସ୍ତୁତି ଉପସ୍ଥାପନାରୁ ଛାତ୍ରଛାତ୍ରୀ ମାନେ କିପରି ଉପକୃତ ହେବେ ସେ ନେଇ ଆଲୋକପାତ କରିଥିଲେ। ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି, ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସତ୍ୟବାନ ଜେନା, ଗୌହାଟୀ ଆଇଆଇଟିର ପ୍ରଫେସର ଟି. ପୁର୍ଣ୍ୟମୂର୍ତ୍ତି ପ୍ରମୁଖ ଯୋଗ ଦେଇ ସମ୍ମିଳନୀରେ ହୋଇଥିବା ବିଭିନ୍ନ ଉପସ୍ଥାପନାରୁ ସମାଜ ତଥା ଯୁବବର୍ଗ କିପରି ଲାଭାନ୍ବିତ ହୋଇପାରିବେ ସେଥିପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ମିଳନୀର ଆବାହକ ଡ଼.ଲକ୍ଷ୍ମୀଧର ରାଉତ ଦୁଇ ଦିନିଆ ସମ୍ମିଳନୀର ସାରାଂଶ ପ୍ରଦାନ କରିଥିଲେ।
Comments are closed.