www.samajalive.in
Saturday, December 13, 2025
26.1 C
Bhubaneswar

ଲଘୁଚାପ ବର୍ଷା ସହାୟତା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ପୂର୍ବତନ ବାଚସ୍ପତି

ପାତ୍ରପୁର: ଚଳିତ ବର୍ଷ କମ ବୃଷ୍ଟିପାତ ଫଳରେ ଗଞ୍ଜାମ ଜିଲ୍ଲାରେ ଚାଷୀ ବହୁ କଷ୍ଟରେ ଧାନ ରୁଆ ବେଉଷଣ କରିଥିଲେ। ତେବେ ଧାନ ଅମଳ ବେଳକୁ ଅଦିନିଆ ଲଘୁଚାପ ବର୍ଷା ଫଳରେ ଚାଷୀ ଚିନ୍ତା ବଢିବାରେ ଲାଗିଛି। ଲଘୁଚାପ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଅନୁଧ୍ୟାନ କରିବାକୁ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ରାଜସ୍ୱ ମନ୍ତ୍ରୀଙ୍କୁ ଫୋନ୍ କରି କଥା ହେବା ସହ ପରିସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାକୁ ଆସିବାକୁ ଅନୁରୋଧ କରିଛନ୍ତି। ଚଳିତ ଲଘୁଚାଜନିତ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲା ତଥା ଚିକିଟି ନିର୍ବାଚନ ମଣ୍ଡଳୀରେ ଚାଷୀ ଧାନ ଅମଳ ଆଶା ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚଳିତ ବର୍ଷ କମ ବୃଷ୍ଟି ପାତ ସହିତ ଅନିୟମିତ ବର୍ଷା ଯୋଗୁଁ ଜିଲ୍ଲାର ଚାଷୀ ବହୁ କଷ୍ଟରେ ଧାନ ରୁଆ କାର୍ଯ୍ୟ କରିଥିଲେ। ତେବେ ଆଗୁଆ ଧାନ ରୁଆ କରିଥିବା ଜମି ସହିତ ଅନ୍ୟ ଜମିରେ ଏବେ ଧାନ ପାଚିବା ପରେ ଚାଷୀ ଅମଳ ବେଳକୁ ଅଦିନିଆ ଲଘୁଚାପ ବର୍ଷା ଦାଉ ସାଜିଛି। କେତେକ ଚାଷୀ ଧାନ କାଟି ଥିବା ବେଳେ ବହୁ ଜମିରେ ଧାନ କଟା ଯାଇ ନାହିଁ। ବର୍ଷା ଫଳରେ ଜମିରେ ଥିବା ଧାନ ଝଡ଼ିବା ସହ ଗଦା କରି ରଖି ଥିବା ଧାନ ମଧ୍ୟ ଲଗାଣ ବର୍ଷାରେ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ବର୍ଷା ଯୋଗୁଁ ସରକାର ସ୍ଥିର କରୁଥିବା ମାନ ଅନୁଯାୟୀ ଧାନ ଯୋଗାଇବା ଚାଷୀଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ତେଣୁ ସରକାର ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଆଦାୟ ଧାନର ମାନକୁ କଡ଼ାକଡି ନ କରି ମଣ୍ଡିରେ ଚାଷୀଙ୍କ ଧାନ କିଣିବା ନିର୍ଦ୍ଦେଶ ଦେବାକୁ କହୁଛନ୍ତି। ଏହା ସହିତ ତୁରନ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ସହିତ ଆଗାମୀ ଋତୁରେ ମାଗଣାରେ ବିହନ ସାର ଔଷଧ ଚାଷୀଙ୍କୁ ଯୋଗାଇ ଦେବାକୁ ଶ୍ରୀ ସାମନ୍ତରା ଦାବୀ କରିଛନ୍ତି ନଚେତ ଚାଷୀ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବା ସହିତ ଆଗାମୀ ଦିନରେ ନିଶ୍ଚିତ ଭାବରେ ଚାଷ ପ୍ରଭାବିତ ହେବ ବୋଲି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories