www.samajalive.in
Monday, December 8, 2025
20.1 C
Bhubaneswar

ନବମ ଓ.ପି.ଜିନ୍ଦଲ ସ୍ମାରକୀ ଫୁଟବଲ ପ୍ରତିଯୋଗିତା, ସାନବଡବିଲ ଚମ୍ପିଆନ

କେନ୍ଦୁଝରଗଡ଼଼: ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ସିଆଳିଯୋଡ଼ାସ୍ଥିତ ଜିନ୍ଦଲ ସ୍ପୋର୍ଟସ କମ୍ପେ୍ଲକ୍ସରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ନବମ ଓ.ପି ଜିନ୍ଦଲ ସ୍ମାରକୀ ଫୁଟବଲ୍‌‌ ପ୍ରତିଯୋଗିତା-୨୦୨୪ରେ ସାନବଡ଼ବିଲ ଫୁଟବଲ୍‌‌ କ୍ଲବ ବିଜୟୀ ହୋଇଛି। ସାନବଡ଼ବିଲ ଫୁଟବଲ କ୍ଲବ ଓ ଅଁସେଇକଳା ଫୁଟବଲ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଅଁସେଇକଳାକୁ ହରାଇ ସାନବଡବିଲ ଦଳ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ସାନବଡବିଲ ଦଳର ଖେଳାଳି ମାର୍ଶାଲ ପୂର୍ତ୍ତିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିବା ବେଳେ ସର୍ବାଧିକ ଗୋଲ ପାଇଁ ସାନବଡ଼ବିଲର ଅମିତ ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କ୍ୟତ କରାଯାଇଛି। ସିଆଳିଯୋଡ଼ା ଫୁଟବଲ କ୍ଲବ ଓ ବିଲେଇପଦା ଫୁଟବଲ କ୍ଲବ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ୍‌‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେଓଝର ପଞ୍ଚାୟତ ସରପଞ୍ଚ ଧୃବଚରଣ ନାଏକ, ବିରିକଳା ପଞ୍ଚାୟତ ସମିତିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ, କଣ୍ଡରା ପଞ୍ଚାୟତ ସମିତିସଭ୍ୟ ସୋମନାଥ ମହାନ୍ତ, ଦେଓଝର ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗଲ ମୁଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଦିମ ସଂସ୍କୃତି ସାଧାରଣ ସମ୍ପାଦକ ଡ. ରୁଦ୍ରମଣି ପାତ୍ର ଓ କଣ୍ଡରା ପଞ୍ଚାୟତର ନାଏବ ସରପଞ୍ଚ ମଙ୍ଗୁ ଚାତାର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ଜିନ୍ଦଲ ପେଲେଟ ପ୍ଲାଣ୍ଟ ୟୁନିଟ ମୁଖ୍ୟ ପୁରୁଷୋତ୍ତମ ଏମ.ଡି. ବଡବିଲର ମାନବସମ୍ବଳ ବିଭାଗ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି, ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଅଧିକାରୀ ଭର୍ଜିଲ ଲାକ୍ରା ଓ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାମାନନ୍ଦ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତମାସ ୧୯ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏଥିରେ ଦେଓଝର, ବିରିକଳା, କଣ୍ଡରା, ଅଁସେଇକଳା ଓ ଚମକପୁର ଆଦି ପଞ୍ଚାୟତର ୪୦ଟି ଫୁଟବଲ୍‌‌ ଦଳ ଅଂଶଗ୍ରହଣ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories