www.samajalive.in
Tuesday, December 9, 2025
17.1 C
Bhubaneswar

ଶୀତ ସାଙ୍ଗକୁ କୋହଲା ପାଗ, ହାଲୁକା ପବନ ଆଉ ଝିପିଝିପ ବର୍ଷା

ଭୁବନେଶ୍ୱର: ସାରା ଦିନ ଲଘୁଚାପଜନିତ ବର୍ଷା ଲାଗି ରହିଥିଲା। ସନ୍ଧ୍ୟାରେ କୋହଲା ପାଗ ସାଙ୍ଗକୁ ବର୍ଷା ଯୋଗୁଁ ଶୀତକୁ ଦ୍ବିଗୁଣିତ କରିଥିଲା। ଏହାଦ୍ଵାରା ରାଜଧାନୀରେ ଜନଜୀବନ ପ୍ରଭାବିତ ହେବା ସହ ଦିନରେ ଶୀତ ଅନୁଭୂତ ହୋଇଥିଲା। ଶୀତ ଓ ବର୍ଷା ଯୋଗୁଁ ରାଜଧାନୀ ବାସିନ୍ଦା ଓ ପଥଚାରୀନଙ୍କ ଚଳପ୍ରଚଳ ପ୍ରଭାବିତ ହୋଇଥିଲା। ଦିନତମାମ ବର୍ଷା ଯୋଗୁ ଲୋକେ ଘରୁ ବାହାରି ନଥିଲେ। ରାସ୍ତାକଡ଼ ବ୍ୟବସାୟ ଏବଂ ଉପକଣ୍ଠରେ ପରିବା ମଧ୍ୟ ପ୍ରଭାବିତ ହୋଇଛି। ଆଗକୁ ଆଉ ଗୋଟିଏ ଦିନ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୀତ ସାଙ୍ଗକୁ କୋହଲା ପାଗ ଏବଂ ହାଲୁକା ପବନ ଆଉ ଝିପିଝିପ ବର୍ଷା ହୋଇଥିଲା ଏବଂ ଦିନ ସାରା ଏଭଳି ପାଗ ରହିଥିବା ଦେଖିବାକୁ ମିଳିଥିଲା। ବର୍ଷାରେ ଅନେକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ପରବର୍ତ୍ତୀ ସମୟରେ କେଉଁଠି ଝିପିଝିପି ସହିତ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଯଦିଓ ବଡ଼ ବର୍ଷା ହୋଇନଥିଲା ହେଲେ ରାସ୍ତାରେ ଥିବା ଛୋଟ ଖାଲ ବର୍ଷା ପାଣିରେ ଭରିଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories