www.samajalive.in
Sunday, December 7, 2025
23.1 C
Bhubaneswar

ଗୋନାସିକା-କେନ୍ଦୁଝର ମହୋତ୍ସବର ଚତୁର୍ଥ ସନ୍ଧ୍ୟା

କେନ୍ଦୁଝରଗଡ଼଼: କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ବୁଧବାର ସନ୍ଧ୍ୟାରୁ ଉଦ୍‌‌ଘାଟିତ ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ର ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟା ବର୍ଷା ଯୋଗୁଁଁ ଧୋଇ ନେଇଥିବା ବେଳେ ଶନିବାର ଚତୁର୍ଥ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବ ମଞ୍ଚକୁ ଦୁଲୁକାଇ ଦେଇଛି। ବିଶେଷକରି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବଲିଉଡର ତାରକା କଳାକାର ଶୁଭଦୀପ ଦାଶ ଓ ଅନନ୍ୟା ପାଲଙ୍କ ସ୍ୱରରେ ସହରବାସୀ ବେଶ୍‌‌ ଝୁମିଛନ୍ତି। ଏତଦ୍‌‌ବ୍ୟତୀତ ଗୁଜୁରାଟର ଦାଣ୍ଡିଆ ଲୋକନୃତ୍ୟ, ଆସାମର ବିହୁ ଏବଂ ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ କଳାକାରଙ୍କ ନିଖୁଣ କଳାଭିନୟ ଦର୍ଶକଙ୍କୁ ବେଶ୍‌‌ ବାନ୍ଧି ରଖିଥିଲା। ଏତଦ୍‌‌ବ୍ୟତୀତ କେନ୍ଦୁଝରର ସ୍ପିରିଜା, ସୁର ନିକେତନ, କଲେକ୍ଟୋରେଟ୍‌‌ କଲଚରାଲ କ୍ଲବ, ଅନନ୍ୟା ଡ୍ୟାନ୍ସ ଏକାଡେମୀ, ଜୟଦୁର୍ଗା କ୍ଲବ ଶୁଆକାଟୀ, ହରିଶଚନ୍ଦ୍ର ଓରାମଙ୍କ କାଠି କଣ୍ଢେଇ ନୃତ୍ୟ ଓ ସୋନପୁରର ପାଇଁରି ଲୋକନୃତ୍ୟ କଳାକାରଙ୍କ ନିଖୁଣ କଳାଭିନୟ ଉପସ୍ଥିତ ଦର୍ଶକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରିଥିଲା।

ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଜିଲାପରିଷଦ ସଦସ୍ୟା ସୁଶ୍ରୀ ଛଇଳବାଳା ନାୟକ, ସୌଭାଗ୍ୟ ମଞ୍ଜରୀ ନାୟକ, ରୁନୁ ମହାନ୍ତ, ଶାନ୍ତିଲତା ରଣା ଏବଂ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, କେଦାର ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ଅରୁଣ କୁମାର ବାରିକ, ଶଶିକାନ୍ତ ଖିଲାର, ଲକ୍ଷ୍ମୀଧର କିସାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଛ, ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ଅତିଥିଗଣ ଏହି ମହୋତ୍ସବ ଜିଲା ଓ ରାଜ୍ୟ ବାହାରର କଳାକାରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଏକତାସୂତ୍ରରେ ବାନ୍ଧି ରଖିବା ଭଳି ଜିଲା ପ୍ରଶାସନର ପ୍ରୟାସକୁ ପ୍ରଶଂସା କରିଥିଲେ। ମହୋତ୍ସବ ସାଙ୍ଗକୁ ଆଞ୍ଚଳିକ ସରସ ମେଳାରେ ଜିଲା ଓ ରାଜ୍ୟ ବାହାରର କଳା, ହସ୍ତକଳା, ହସ୍ତଶିଳ୍ପ ସାଙ୍ଗକୁ ବିଭିନ୍ନ ମନଲୋଭା ସାମଗ୍ରୀ ଏକସଙ୍ଗେ ଗୋଟିଏ ସ୍ଥାନରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବାସହ ଖାଦ୍ୟ ମେଳାର ଆୟୋଜନ ଜିଲାବାସୀଙ୍କୁ ଶିତୁଆ ରାତିରେ ବେଶ୍‌‌ ଖୋରାକ ଯୋଗାଇଛି ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ସୌମ୍ୟସାର୍ଥକ ମିଶ୍ର ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିିତ କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଓ ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ପ୍ରତିଟି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories