ଡେସ୍କ: ୨୦୨୪ ବର୍ଷକୁ ଯଦି ଆକଳନ କରାଯାଏ ତାହା ହୁଏତ ବିଶ୍ୱ ପାଇଁ ସଫଳତା ଓ ବିଫଳତାର ବର୍ଷ। କିନ୍ତୁ ଭାରତ ପାଇଁ ନିଜକୁ ବିଶ୍ଵଗୁରୁ ଭାବେ ସ୍ଥାପିତ କରିବା ଦିଗରେ ୨୦୨୪ ବର୍ଷ ଦେଶକୁ କୂଟନୀତି କ୍ଷେତ୍ରରେ ଦେଇଛି ଅନେକ ସଫଳତା। ଅନେକ ସଫଳ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତର୍ଜାତୀୟ ନେତାଙ୍କୁ ଆତିଥେୟତା ପ୍ରଦାନ କରିବାଠାରୁ ଆରମ୍ଭ କରି ବିଶ୍ବରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ ପର୍ଯ୍ୟନ୍ତ ଭାରତ ବିଶ୍ବ ମଞ୍ଚରେ ନିଜର ପ୍ରଭାବ ବୃଦ୍ଧି କରିଛି। ସଂକଳ୍ପ ଓ ସହାନୁଭୂତିର ସହ ସବୁ କ୍ଷେତ୍ରରେ ନେତୃତ୍ବ ନେଇ ବିଶ୍ୱର ବନ୍ଧୁ ଭାବେ ନିଜକୁ ପ୍ରତିପାଦିତ କରିଛି ଭାରତ।
୧. ୨୦୨୪ ଜାନୁଆରି ୨୬ ଗଣତନ୍ତ୍ର ଦିବସ ପ୍ୟାରେଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ହୋଇଥିଲେ ମୁଖ୍ୟ ଅତିଥି
୨. କତରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ମୁକ୍ତ
୩. ରାବି ନଦୀ ଉପରେ ଶାହପୁର କାଣ୍ଡି ବ୍ୟାରେଜ ନିର୍ମାଣ ହେବା ପରେ ଭାରତ ବଳକା ଜଳକୁ ପାକିସ୍ତାନକୁ ପଠାଇବା ବନ୍ଦ କରି ତାହାକୁ ଜମ୍ମୁ ଓ କଶ୍ମୀରରେ ଜଳସେଚନ କାମ ପାଇଁ ବ୍ୟବହାର
୪. ୨୦୨୪ରେ ଭାରତ ଓ ଚୀନ ମଧ୍ୟରେ ଗୁରୁ୍ତ୍ବପୂର୍ଣ୍ଣ ବୁଝାମଣା ଓ ଉଭୟ ପକ୍ଷ ଏଲଏସିରୁ ନିଜର ସେନା ପ୍ରତ୍ୟାହାର କରିବା ପାଇଁ ରାଜି
୫. ଜାତିସଂଘରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ, ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଉଦ୍ୟମ
୬. ଅପରେସନ ଇନ୍ଦ୍ରାବତୀ ମାଧ୍ୟମରେ ହାଇତି ଓ ଡୋମିନିକାନ ରିପବ୍ଲିକରୁ ଭାରତୀୟ ନାଗରୀକଙ୍କୁ ଉଦ୍ଧାର ଅପରେସନ
୭. ସଦାଶିବ ଅଧିନରେ ଲାଓସ, ମିଆଁମାର ଓ ଭିଏତନାମରେ ବିପର୍ଯ୍ୟୟ ପୀଡିତଙ୍କୁ ଉଦ୍ଧାର ଓ ମାନବୀୟ ସହାୟତା ପ୍ରଦାନ
୮. ସିରିଆରୁ ଭାରତରର ୭୫ ନାଗରିକଙ୍କୁ ଉଦ୍ଧାର
୯. ଭାରତ ଦ୍ବାରା ଇରାନର ଚାବାହାର ବନ୍ଦରର ସଂପୂର୍ଣ୍ଣ ପରିଚାଳନା
୧୦. ମାଳଦ୍ବୀପ ସହ ଦ୍ବିପାକ୍ଷିକ ସଂପର୍କ ପୁଣି ସ୍ବାଭାବିକ
୧୧. ଭାରତ ଓ ଆମେରିକା ମଧ୍ୟରେ ସ୍ବଚ୍ଛ ଅର୍ଥନୀତି ପାଇଁ ବୁଝାମଣା ସ୍ବାକ୍ଷରିତ
୧୨. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫୬ ବର୍ଷ ପରେ ଗୁଏନା, ୪୧ ବର୍ଷ ପରେ ପୋଲାଣ୍ଡ ଓ ୪୫ ବର୍ଷ ପରେ ଅଷ୍ଟ୍ରିଆ ଗସ୍ତ
୧୩. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ, ଡୋମିନିକା, ନାଇଜେରିଆ, ବାର୍ବାଡୋସ ଓ ଗୁଏନାର ସର୍ବୋଚ୍ଚ ବେସାମରିକ ସମ୍ମାନ
୧୪. ଦୁବାଇରେ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ
୧୫. ଆମେରିକାର ଭାରତକୁ ପ୍ରାୟ ୧୪୦୦ଟି ଅପହୃତ କଳାକୃତି ଫେରସ୍ତ



