ନିର୍ମାଣ ହେବ ୨୬୦୦ କିମିର ରିଂ ରୋଡ, ଖର୍ଚ୍ଚ ହେବ ୯୧ ହଜାର କୋଟି

ଭୁବନେଶ୍ୱର : ନିର୍ମାଣ ହେବ ୨୬୦୦ କିମି ବିଶିଷ୍ଟ ଗ୍ରାଣ୍ଡ ରିଂ ରୋଡ। ଗ୍ରାଣ୍ଡ ରିଂ ରୋଡ ନିର୍ମାଣ ନେଇ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଗାମୀ ୩ ବର୍ଷରେ ୯୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୪ ଘଣ୍ଟାରେ ଏହି ରାସ୍ତାରେ ଅତିକ୍ରମ କରିହେବ। ମାଲକାନଗିରି ମୋଟୁରୁ ମୟୂରଭଞ୍ଜ ତିରିଂକୁ ଯୋଡ଼ିବ ଏହି ରାସ୍ତା। କେନ୍ଦୁଝର ଓ ବଡ଼ବିଲ ଖଣି ଅଞ୍ଚଳରେ ବି ନିର୍ମାଣ ହେବ ରିଂ ରୋଡ। ୨୨୦୦ କୋଟିରେ ନିର୍ମାଣ ହେବ, ରକ୍ଷଣାବେକ୍ଷଣ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ବୋଲି ମନ୍ତ୍ରୀ ଥ୍ୱିରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ।

Comments are closed.