ସବୁ ବସରେ ଲାଗିବ ସ୍ମାର୍ଟ ଡିଭାଇସ – ବସ ମାଲିକ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଡେସ୍କ: ରାଜ୍ୟରେ ଚାଲୁଥିବା ସମସ୍ତ ବସରେ ସ୍ମାର୍ଟ ଡିଭାଇସ ବ୍ୟବହାର ହେବ। ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଷୟ ଘୋଷଣା କରିଛନ୍ତି। ବସ ଗୁଡିକରେ ସ୍ମାର୍ଟ ଡିଭାଇସ ବ୍ୟବହାର କରାଗଲେ ଦୁର୍ଘଟଣା ହ୍ରାସ ପାଇବ। ଆଇଆଇଟି ମାଡ୍ରାସ ଓ ଅନ୍ୟ ସଂସ୍ଥାଗୁଡ଼ିକ ସହ ଚୁକ୍ତି ହୋଇଥିବା ଜଣାପଡିଛି।

prayash

ଏହି ଡିଭାଇସ ଥିଲେ ଚାଳକଙ୍କ ଆଖି ଲାଗିଗଲେ କିମ୍ବା ଅନ୍ୟମନସ୍କ ଭାବେ ଗାଡି ଚଳାଇଲେ ସାଇରନ୍‌‌ ବାଜିବ। ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ। ରୋଡ ହାଇପ୍ନୋଟିଜିମକୁ ମଧ୍ୟ ଏହି ଡିଭାଇସ ସହାୟତାରେ ଏଡାଇ ଯାଇହେବ।

ଅନ୍ୟପକ୍ଷରେ ସ୍ମାର୍ଟ ଡିଭାଇସ ଲଗାଇବା ବିଷୟ ଘୋଷଣା କରିବା ପରେ ବସ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ୬ ମାସ ଧରି ସଂଘ ଏହି ଡିଭାଇସ ସବୁ ବସ, ୪ ଚକିଆ ଯାନରେ ଲଗାଇବା ପାଇଁ ଅନୁରୋଧ କରିଥିଲା। ରାଜ୍ୟ ସରକାର ଖର୍ଚ୍ଚ ମଧ୍ୟ ବହନ କରିବେ।

Comments are closed.