ଶସ୍ତା ହେଲା ଏହି ସୁନା, ୧୦ ଗ୍ରାମ୍‌କୁ ୩୨ ହଜାର ଟଙ୍କା

ନୂଆଦିଲ୍ଲୀ : ସୁନା କିଣିବା ପାଇଁ ସଭିଏଁ ଇଚ୍ଛା କରନ୍ତି । ମାତ୍ର ସୁନାର ବଢୁଥିବା ଦାମ୍‌ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି । ସୁନା କିଣିବାକୁ ଚାହୁଁଛନ୍ତି ଯଦି ଆପଣଙ୍କ ପାଇଁ ଖୁସି ଖବର । କାରଣ ଶସ୍ତା ହୋଇଛି ସୁନା । ୬ ଜାନୁଆରୀ ୨୦୨୫ରେ ସୁନାର ଦାମ୍‌ରେ ବଡ ପରିବର୍ତ୍ତନ ହୋଇଛି । ବିବାହ ଋତୁରେ ସୁନା କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଆସିଛି ବଡ ସୁଯୋଗ।

୨୪ କ୍ୟାରେଟ୍‌ ସୁନା ଦାମ୍‌ ଅଧିକ ରହିଛି । ମାତ୍ର ଅନ୍ୟାନ୍ୟ କ୍ୟାରେଟ୍‌ର ସୁନା କିଣିବାକୁ ଚାହୁଁଥିଲେ, ଏହା ଶସ୍ତାରେ ମିଳିବ । ଦିଲ୍ଲୀରେ ୩୨ ହଜାର ଟଙ୍କାରେ ୧୦ ଗ୍ରାମ୍‌ ସୁନା କିଣି ପାରିବେ।
ଶସ୍ତା ସୁନା କିଣିବା ପାଇଁ ପ୍ରଥମେ ଏହାର କ୍ୟାରେଟ୍‌ ପ୍ରତି ଧ୍ୟାନ ଦିଅନ୍ତୁ । ବିଶେଷ କରି ସୁନା ୨୪, ୨୨, ୧୮, ୧୬, ୧୪,୧୨,୧୦ କ୍ୟାରେଟ୍‌ର ମିଳିଥାଏ । କିଛି ଦୋକାନ ଏହାଠାରୁ କମ୍‌ କ୍ୟାରେଟ୍‌ର ମଧ୍ୟ ସୁନା ରଖିଛନ୍ତି ।
ରାଜଧାନୀ ଦିଲ୍ଲୀରେ ଆପଣଙ୍କୁ ୧୦ କ୍ୟାରେଟ୍‌ର ୧୦ ଗ୍ରାମ୍‌ ସୁନା ୬ ଜାନୁଆରୀରେ ୩୨,୦୯୬ ଟଙ୍କାରେ ମିଳିଯିବ । ମୁମ୍ବାଇରେ ୧୦ କ୍ୟାରେଟ୍‌ର ୧୦ ଗ୍ରାମ୍‌ ସୁନା ଦାମ୍‌ ୩୨,୧୭୫ ଟଙ୍କା ରହିଛି । କଲକାତାରେ ୩୨,୧୩୩ ଟଙ୍କା ରହିଛି । ଚେନ୍ନାଇରେ ୩୨,୨୭୧ ଟଙ୍କା ।

ମକର ସଂକ୍ରାନ୍ତିରେ ଅତ୍ୟନ୍ତ ଶୁଭ ସଂଯୋଗ ; ଏହି ୫ ରାଶିଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟ, ହେବ ଧନ ବର୍ଷା, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

prayash

ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୨,୧୫୦ ଟଙ୍କା ରହିଛି । ଗତକାଲି ମଧ୍ୟ ସମାନ ଦାମ୍‌ ଥିଲା।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୮,୭୧୦ ରହିଛି। ଗତକାଲି ମଧ୍ୟ ଏହା ସମାନ ଥିଲା । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୫୯,୦୩୦ ଟଙ୍କା ରହିଛି।

ରୁପା ଦାମ୍‌ ୧୦୦ ଗ୍ରାମ୍‌କୁ ୯,୯୦୦ ଟଙ୍କା ରହିଛି ।

ଜଣେ ନୁହେଁ ଭାରତରେ ୨ ଜଣ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ

Comments are closed.