ବଡ଼ ଧରଣର ମାଓ ଆକ୍ରମଣ, ୮ ଯବାନ ଶହୀଦ

ବିଜାପୁର: ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀଙ୍କ ଗାଡ଼ି ଉପରକୁ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୮ ଜଣ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ଏଥିସହ ସହ ଗାଡ଼ି ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅପରପକ୍ଷେ ଅନେକ ଯବାନ ଆହତ ହୋଇଛନ୍ତି। କୁହାଯାଉଛି ଯେ, ସୁରକ୍ଷା ବାହିନୀଙ୍କ ଗାଡ଼ି ନିକଟରେ ଏକ ବିସ୍ଫୋରକ ବୋଝେଇ ଗାଡ଼ି ବିସ୍ଫୋରଣ କରାଯାଇଥିଲା, ଯେଉଁଥିପାଇଁ ଗାଡ଼ିଟି ଖଣ୍ଡ ଖଣ୍ଡ ହୋଇଯାଇଛି। ଡିଆରଜି ଯବାନ ମିଳିତ ଅପରେସନ ସାରି ଫେରିବା ସମୟରେ ଏହି ଆକ୍ରମଣ ହୋଇଛି। ତେବେ ଶହୀଦ ଓ ଆହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

Comments are closed.