କଲ୍ୟାଣସିଂହପୁର ସଦରରେ ବିଶୁଦ୍ଧ ପାନୀୟ ସମସ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ମହକୁମା ଠାରେ ଦୁଇଦିନ ଧରି ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ବ୍ଲକ ଠାରୁ ଲମ୍ବତାସାହି, ଜଗନ୍ନାଥସାହି, ବ୍ଲକ କଲୋନୀ, ଭୈରବ ସାହି, ଆଦିବାସୀ ସାହି, କାଚରାସାହି, ବେହେରା ସାହି, ସାନ ବ୍ରାହ୍ମଣ ସାହି, ବଡ଼ ବ୍ରାହ୍ମଣ ସାହି ଓ ମୁଖ୍ୟ ରାସ୍ତା ପାର୍ଶ୍ୱ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏହି ସାହି ବାସିନ୍ଦା ସ୍ଵଜଳ ଧାରାରୁ ବିଶୁଦ୍ଧ ପାନୀୟ ଜଳ ନ ପାଇବାରୁ ବାଧ୍ୟ ହୋଇ ନିକଟସ୍ଥ ନାଗାବଳୀ ଓ କଲ୍ୟାଣୀ ନଦୀର ଦୂଷିତ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।
ସ୍ଵଜଳ ଧାରା ଠାରେ କେତେ ବେଳେ ବିଦ୍ୟୁତ ସମସ୍ୟା ତ କେତେ ବେଳେ ମଟର ସମସ୍ୟା ଆଉ କେତେବେଳେ ପାଇପ ଲାଇନ ଫାଟି ଯାଇଛି ବୋଲି କହି ପାନୀୟ ଜଳ ଯୋଗାଣ ବନ୍ଦ କରାଯାଉଛି। ଏହା ମରାମତି କରିବା ପାଇଁ ଦୁଇ ଚାରି ଦିନ ଲେଖାଏଁ ଗଡାଇ ନେଉଛନ୍ତି। ନଦୀ ପାଣି ବ୍ୟବହାର କରି କୁଣ୍ଡିଆ, ଜ୍ଵରରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ବୋର ଠାରେ ପ୍ରତି ମାସରେ ସମସ୍ୟା ଦେଖାଦେଉଛି। ଏହାକୁ ନେଇ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଳିମା ପ୍ରିୟଦର୍ଶନୀ ଦାସଙ୍କ ଠାରୁ କୌଣସି ଉତ୍ତର ମିଳିପାରୁ ନାହିଁ । ମେଘା ପ୍ରକଳ୍ପରେ କଲ୍ୟାଣସିଂହପୁର ସଦରରେ ଖୋଳି ନୂତନ ପାଇପ ଲାଇନ ବିଛାଉଛନ୍ତି । ଏହା ଦ୍ୱାରା ପ୍ରତି ଘରକୁ ପାଇପ ଲାଇନ ଯୋଗାଇ ଦିଆଯିବ  ବୋଲି ଜଣାପଡିଛି । ସେଥିପାଇଁ ଜେସିବି ଦ୍ୱାରା ପାଇପ ଲାଇନ ଖୋଳା ଯାଉଥିବା ଯୋଗୁଁ ପୁରୁଣା ପାଇପ ଲାଇନକୁ ବାଜି ତାହା ଫାଟି ଯାଉଛି। କାର୍ଯ୍ୟସ୍ଥଳରେ କୌଣସି ଅଧିକାରୀ ରହୁ ନଥିବା ଅଭିଯୋଗ ହେଉଛି ।

prayash

ମକର ସଂକ୍ରାନ୍ତିରେ ଅତ୍ୟନ୍ତ ଶୁଭ ସଂଯୋଗ ; ଏହି ୫ ରାଶିଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟ, ହେବ ଧନ ବର୍ଷା, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

Comments are closed.