କାୟା ମେଲାଇଲାଣି ଏଚଏମପିଭି: ଦେଶରେ ୩ୟ ଆକ୍ରାନ୍ତ ଚିହ୍ନଟ

ଅହମ୍ମଦାବାଦ: ଚୀନରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭୂତାଣୁ ଭାରତରେ ବ୍ୟାପିବା ଆରମ୍ଭ କଲାଣି। ଗୋଟିଏ ଦିନରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ପ୍ରଥମେ ବେଙ୍ଗାଲୁରୁରେ ଦୁଇ ଜଣ ଶିଶୁ ଏଚଏମପିଭିରେ ଆକ୍ରାନ୍ତ ହୋଇଥିବା ଖରବ ସାମ୍ନାକୁ ଆସିବାପରେ ଏବେ ଗୁଜରାଟର ଅହମ୍ମଦାବାଦରେ ଜଣେ ଶିଶୁ ଏଚଏମପିଭି ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅହମ୍ମଦାବାଦରେ ଏକ ୨ ମାସର ଶିଶୁ ଶରୀରରେ ଏଚଏମପିଭି ଚିହ୍ନଟ ହୋଇଛି। ଏଥିସହ ଭାରତରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଏକ ଘରୋଇ ହସ୍ପିଟାଲରେ ଶିଶୁଟିର ଚିକିତ୍ସା ଚାଲିଥିଲା।

prayash

ସୂଚନାଯୋଗ୍ୟ, ଆଜି ପ୍ରଥମେ ବେଙ୍ଗାଲୁରୁର ବ୍ୟାପ୍‌ଟିଷ୍ଟ ହସ୍ପିଟାଲରେ ଏକ ୮ ମାସର ଶିଶୁପୁତ୍ର ଏବଂ ଏକ ୩ ମାସର ଶିଶୁ କନ୍ୟା ଏଚଏମପିଭି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

Comments are closed.