ଲଡୁ ପାଇଁ ମାନହାନୀ ମାମଲା, ୧୬ଜଣଙ୍କୁ କୋର୍ଟରୁ ନୋଟିସ୍
ନୂଆଦିଲ୍ଲୀ : ଲଡୁ ପାଇ ମାନହାନୀ ମାମଲା। ଏଭଳି କିଛି ଅଜବ୍ ଘଟଣା ଘଟିଛି ନୋଏଡା ସେକ୍ଟର-୨୦ ଅଞ୍ଚଳରେ। ଗତ ସ୍ଵାଧୀନତା ଦିବସ ଅବସରରେ ବଣ୍ଟା ଯାଇଥିବା ଲଡୁକୁ ନେଇ ବିବାଦ ଏତେ ଉଗ୍ର ରୂପ ଧାରଣା କରିଛି ଯେ ମାମଲା କୋର୍ଟରେ ପହଞ୍ଚିଛି। ସୂଚନା ମୂତାବକ ଗତ ସ୍ଵାଧୀନତା ଦିବସ ଅବସରରେ ଆର୍ଡବ୍ଲୁଏ ଅଧ୍ୟକ୍ଷ ବିଦ୍ୟା ସାଗର ବିରମାନି ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ଲଡୁ ବାଣ୍ଟିଥିଳେ। କିନ୍ତୁ ଲଡୁ ବଣ୍ଟନ ସମୟରେ କିଛି ଜାଲିଆତି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ସେମାନଙ୍କୁ ଜାଲ୍ ଭାବେ କେତେ ହଜାର ଟଙ୍କା ଲଡୁ ବାଣ୍ଟିବାର ବିଲ୍ ଦେଖାଯାଇଥିଲା। ୧୨ କିଲୋ ଲଡୁକୁ ପ୍ରାୟ ୭ ହଜାର ଟଙ୍କାରେ କିଣାଯାଇଥିଲା। କିନ୍ତୁ ସେସବୁ ଲଡୁକୁ କେଉଁଠି ଏବଂ କିପରି ବଣ୍ଟାଗଲା ତାହା କେହି ଜାଣିପାରିଲେ ନାହିଁ। ଏପରିକି କିଛି ଲୋକ ମନ୍ତବ୍ୟ ରଖିଥିଲେ ଯେ ବିଦ୍ୟା ସାଗର ନିଜେ ଏଭଳି ହେରଫେର କରିଛନ୍ତି। ତେଣୁ ଏଥିରେ କ୍ଷୁବ୍ଧ ହୋଇ ବିଦ୍ୟା ସାଗର ୧୬ ଜଣଙ୍କ ବିରୋଧରେ ୧ କୋଟିର ମାନହାନି ମାମଲା କରିଥିଲେ । ଏହାପରେ କୋର୍ଟ ମଧ୍ୟ ସେମାନଙ୍କୁ ନୋଟିସ୍ କରିଛି। ଏ ନେଇ ସୁରଜପୁର କୋର୍ଟରେ ଆସନ୍ତା ୨୭ ତାରିଖରେ ଶୁଣାଣି ହେବ।
Comments are closed.