ଟାଟା କଲୋନୀରେ ୪ଟି ମନ୍ଦିରରୁ ଲୁଟ୍ ; ପୁଲିସକୁ ଖୋଲା ଚ୍ୟାଲେଞ୍ଜ
ଗୋପାଳପୁର : ଗୋପାଳପୁର ପୁଲିସକୁ ଦୁର୍ବୃତ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେଲା ଦୁର୍ବୃତ୍ତମାନେ ରାତିରେ ତାଲାବନ୍ଦ ଘରୁ ଚୋରି କରୁଥିବା ବେଳେ ଦିନରେ ମଧ୍ୟ ଚୋରି କରିବା ଆରମ୍ଭ କରି ଦେଲେଣି। ଶନିବାର ରାତିରେ ଦୁର୍ବୃତ୍ତ ଟାଟା କଲୋନୀ ପରିସରରେ ଥିବା ଜଗନ୍ନାଥ ମନ୍ଦିର,ସାଇରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ରାମ ମନ୍ଦିରରୁ ଭଗବାନଙ୍କ ମୁକୁଟ, ପାଟ ସହ ଟଙ୍କା ଲୁଟ କରିଛନ୍ତି। ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତ ଜଗନ୍ନାଥ ମନ୍ଦିରର ତାଲା ଭାଙ୍ଗି ସେଠାରୁ ଭଗବାନଙ୍କ ୬ଟି ରୁପା ମୁକୁଟ ଲୁଟ କରିଥିବା ବେଳେ ସାଇ ମନ୍ଦିରରୁ ଦାନ ହୁଣ୍ଡି, ମଠା, ରାମ ମନ୍ଦିରରୁ ପାଟ ସହ ୧ ହଜାର ଟଙ୍କା ଲୁଟ କରିଥିବା ଜଣାପଡିଛି।
ଏହା ସହ ରାଧାକୃଷ୍ଣ ମନ୍ଦିରରୁ ଚୋରି କରିବା ପାଇଁ ତାଲା ଭାଙ୍ଗି ଥିଲେ ସୁଦ୍ଧା ପଡ଼ୋଶୀରେ ପୂଜକ ରହୁଥିବାରୁ ଚୋରି କରି ପାରିନଥିବା ଜଣାଯାଇଛି। ଘଟଣା ନେଇ ମନ୍ଦିରର ପୂଜକ ମିଟୁ ପ୍ରଧାନଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୦୩/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ଅନ୍ୟପଟେ ଗୋପାଳପୁର ଥାନା ପକ୍ଷରୁ ଦିନ ବେଳା କିମ୍ବା ରାତି ସମୟରେ ସଠିକ ଭାବେ ପାଟ୍ରୋଲିଂ କରା ଯାଉନଥିବାରୁ ଏଭଳି ଚୋରି ବଢୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
Comments are closed.