ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,୯ ତାରିଖରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ

ରାଜ୍ୟରେ ଗଡ଼ୁଥିବା ସବୁ ବସରେ ଲାଗିବ ସ୍ମାର୍ଟ ଡିଭାଇସ, ଦୁର୍ଘଟଣା ପୂର୍ବରୁ ବାଜିବ ସାଇରନ, ମାଡ୍ରାସ ଆଇଆଇଟି ଏବଂ ଅନ୍ୟ ସଂସ୍ଥା ସହିତ ଚୁକ୍ତି ହୋଇଥିବା ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ଜାନୁଆରୀ ୧୫ ପରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ଜମି ୫ ଏକର ଅଛି ନା ନାହିଁ ତାହାର ସର୍ଭେ ଜାନୁଆରୀ ୧୫ରେ ସରିବ,ମାତ୍ର ମାର୍ଚ୍ଚ ୩୦ ପରେ ଆବେଦନ କଲେ ମଧ୍ୟ ପ୍ରଥମ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି..

ରାଜ୍ୟରେ ଲାଗିରହିଛି ଶୀତର ପ୍ରକୋପ, ପାଣିପାଗ ବିଭାଗର ସୂଚନା ଆଜି ସର୍ବନିମ୍ନ ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ, ପରେ ୨ରୁ ୩ ଡିଗ୍ରୀ ଯାଏଁ ବଢିପାରେ ପାରଦ , ୫ ପରେ କମିବ ଶୀତ..

ଶସ୍ତା ହେଲା ସୁନା, ରୁପା; ଜାଣନ୍ତୁ ୧୦ ଗ୍ରାମ୍‌କୁ ଏତିକି ଟଙ୍କା..

କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି,ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି..

ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଗୁଳିମାଡ କରି ଲୁଟ୍‌ ଉଦ୍ୟମ,ଜଣଙ୍କର ମୃତ୍ୟୁ, ଆଉ ଜଣେ ଗୁରୁତର,ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଛନ୍ତି..

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

prayash

ଆସନ୍ତା ୧୪ ତାରିଖରୁ ଭିତରକନିକା ବନ୍ଦ, କୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ତାରିଖ ଯାଏ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ..

କୁମ୍ଭୀର ଏବଂ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା, ୯ ତାରିଖ ଯାଏଁ କୁମ୍ଭୀର ଓ ୧୮ ତାରିଖରେ ହେବ ପକ୍ଷୀଗଣନା..

ସାତକୋଶିଆ ଅଞ୍ଚଳରେ ନଦୀରୁ ମାଛ ଧରିବାକୁ ବି ବାରଣ, ଗଣନା ପାଇଁ ନିୟୋଜିତ ହେବେ ବନ ବିଭାଗର ୧୪ ଟିମ୍..

ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ, ୮ ଏକର ଜମିରେ କରିଥିବା ଫସଲ ନଷ୍ଟ ହେବାରୁ ବିଷ ପିଇ ଜୀବନ ହାରିଲେ, ମୃତ ଚାଷୀ କେନ୍ଦ୍ରାପଡ଼ା ଜିଲା ଆଳି ଅନ୍ତର୍ଗତ କୋଳଢିଆ ଗାଁର..

ସମ୍ବଲପୁର : ମଣପୁରମ୍ ଗୋଲ୍ଡରୁ ଲୁଟ୍ ଘଟଣାରେ ଦୁଇ ଅଟକ..

ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..

ବାରିପଦା: ନୁରୁଡିହି ଅଞ୍ଚଳରେ ୪୦ ଟିକିଆ ହାତୀପଲଙ୍କ ଉତ୍ପାତ, ଶୌଚ ହେବାକୁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳି ମାରିଲେ..

ନୂଆପଡ଼ା ଜିଲା ବାଗବାହାଲ ଅଞ୍ଚଳରେ ବାଘ ଆତଙ୍କ, ଗୁହାଳୁ ଛେଳି ଟାଣି ନେଲା କଲରାପତରିଆ ବାଘ, ୧୦ ଛେଳି ଓ ମେଣ୍ଢା ଆହତ..

Comments are closed.